ଇନ୍ସପେକ୍ଟର ରାଙ୍କ କୁ ପଦୋନ୍ନତି ପାଇଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା

0
115

ବ୍ରହ୍ମପୁର୨୯/୦୪/୨୦୨୧( ଟୁକୁନା ପ୍ରଧାନ)-: ସବଇନ୍ସପେକ୍ଟର ରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ତା – ୦୮.୦୨.୨୦୨୧ ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଁ ମନୋନୀତ ହୋଇ ପରବର୍ତ୍ତୀ ପାହ୍ୟା ତଥା ପୋଲିସ୍ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଛନ୍ତି ଦୀପ୍ତିରଞ୍ଜନ । ORSP ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବା ନେଇ ଚିଠିରେ ଦର୍ଶାଯାଇଛି । ଆଇଆଇସି ରାଙ୍କ ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।ସେ ଜଣେ ଦକ୍ଷ ଏବଂ କର୍ତ୍ତ୍ୟବ୍ୟ ନିଷ୍ଠ ପୁଲିସ ଅଫିସର ଅଟନ୍ତି ।

LEAVE A REPLY

Please enter your comment!
Please enter your name here