ନୂତନ ବନପାଳ କାର୍ଯ୍ୟାଳୟ ଉଦଘାଟନ

0
320

ପୋଲସରା,୩୦/୦୪/୨୦୨୧: ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ପୋଲସରା ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ପୋଲସରା ବନପାଳ କାର୍ଯ୍ୟାଳୟ ଓ ସରକାରୀ ବାସଗୃହକୁ ଏପ୍ରିଲ ୩୦ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ଯୋଗ ଦେଇଥିଲେ। ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନପାଳ ହରପ୍ରସାଦ ସାହୁ ଓ ସୁକାନ୍ତ ପଟ୍ଟନାୟକଙ୍କ ସମେତ ସୁବୋଧ କୁମାର ବେହେରା, ରାଜେନ୍ଦ୍ର କୁମାର ନାୟକ ଓ ରାମକୃଷ୍ଣ ସ୍ଵାଇଁ ପ୍ରଭୃତି କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here