ଶିକ୍ଷକ ବାଣ୍ଟୁଛନ୍ତି କରୋନା ସଚେତନତାର ବାର୍ତ୍ତା, ଶିକ୍ଷାମନ୍ତ୍ରୀ ଟ୍ୱିଟ କରି କଲେ ପ୍ରଶଂସା ।

0
146

ପାତ୍ରପୁର,୩୦/୦୪/୨୦୨୧: କରୋନା ମହାମାରୀର ଦ୍ଵିତୀୟ ଲହରୀ ତାର ପ୍ରଚଣ୍ଡ କାୟା ବିସ୍ତାର କରି ସାଧାରଣରେ ଆତଙ୍କ ବଢ଼ାଇ ଚାଲିଥିବା ବେଳେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ସତର୍କ କରି ଖୁବ ପ୍ରଶଂସା ସାଉଁଟୁଛନ୍ତି ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଗ୍ରାମର ଶିକ୍ଷକ ରାମ ଗୋପାଳ ପାଢ଼ୀ । ମହାଦେଇପୁର ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ପାଢ଼ୀ ପୂର୍ବରୁ ଏପରି ଅନେକ ଭିଡିଓ ପ୍ରସ୍ତୁତ କରି ବ୍ୟାପକ ଜନସଚେତନା ସୃଷ୍ଟି କରିଥିବା ବେଳେ ସମସ୍ତ ଭିଡିଓ ଖୁବ ଭାଇରଲ ହୋଇଥିଲା । ଚଳିତ ଥର ନିଜେ ଚିରା ପଠା ପୋଷାକ,କାନ୍ଧରେ ଅଖା ଓ ମାଟି ହାଣ୍ଡି ଧରି ନିଜକୁ ସର୍ବସଂହା ପୃଥିବୀ କହି ମାନବ ସମାଜକୁ ସୁଧୁରି ଯିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଭିଡ଼ିଓକୁ ଭିଭିନ୍ନ ମହଲରୁ ପ୍ରଶଂସା ମିଳିଥିବା ବେଳେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଟ୍ୱିଟ କରି ଶିକ୍ଷକ ରାମଗୋପାଳ ପାଢ଼ୀ ଙ୍କ ଅଭିନୟ ମଧ୍ୟମରେ କରାଯାଇଥିବା ସଚେତନତା ବାର୍ତ୍ତା କୁ ଭୁୟସୀ ପ୍ରଶଂସା କରିଛନ୍ତି । ଶିକ୍ଷକ ରାମ ଗୋପାଳ ପାଢ଼ୀ ଜଣେ ଆଗ ଧାଡ଼ିର କୋଭିଡ ଯୋଦ୍ଧା ଭାବେ କୋଭିଡ ଡ୍ୟୁଟି କରି ଗତବର୍ଷ ସେପ୍ଟେମ୍ବର ମାସ ୫ ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ପରେ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here