ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
148

ବ୍ରହ୍ମପୁର, ୦୨/୦୫/୨୦୨୧:ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୭ ଜଣ ରକ୍ତଦାତା ରକ୍ତଭଣ୍ଡାର କୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ । ବର୍ଷ ତମାମ ସବୁଜ ବାହିନୀ ତରଫରୁ ” ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” କାର୍ଯ୍ୟକ୍ରମ ଜାରି ରହିଛି। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋରନା ମହାମାରୀ ଭିତରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାଵକୁ ଦୂର କରିବା ସହ ରକ୍ତଦାନ କରିବା ଉପରେ ଜନସଚେତନତା କରିବା। ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସମସ୍ତ ସଦସ୍ୟ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମ ରେ ରକ୍ତ ଭଣ୍ଡାରର କର୍ମକର୍ତ୍ତା ଓ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସହ ସମ୍ପାଦକ ଏ. ପ୍ରକାଶ,ସନିଆ ଗୌଡ଼, ଅଜୟ ଭନମଲି, ଶିବଶଙ୍କର ବିଶ୍ଵାଳ, ନରେଶ ଆଚାରୀ, ସୁଶାନ୍ତ ପାତ୍ର, କେ. ସୁଶୀଲ କୁମାର ଏବଂ ସମସ୍ତ ସଦସ୍ୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here