ସପ୍ତାହାନ୍ତ ସଟ୍ ଡ଼ାଉନ୍, ସବୁଆଡେ ଜନଶୂନ୍ୟ। ଅସହାୟ ଓ ପଶୁ ଙ୍କୁ ଖାଦ୍ୟ ପ୍ରଦାନ।

0
244

ବୁଗୁଡା,୦୯/୦୫/୨୦୨୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଜିର ରବିବାର ହେଉଛି ତୃତୀୟ ସଟ୍ ଡ଼ାଉନ୍ ର ଦ୍ଵିତୀୟ ଦିନ। ଆଜି ବୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଜନଶୂନ୍ୟ ଦେଖିବାକୁ ମିଳିଥିଲା। ମଇ ୬ ତାରିଖ ଦିନ ବୁଗୁଡା ସହରରେ ବସବାସ କରୁଥିବା ଜଣେ ଶିକ୍ଷକ, ଜଣେ ବ୍ୟବସାୟୀ ଓ ଜଣେ ହୋମିଓପ୍ୟାଥିକ ଡ଼ାକ୍ତର କୋଭିଡ଼ି ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ ବରଣ କରିଥିଲେ। ସେହିପରି ବୁଗୁଡା ଏନଏସି ଏକ ନଂ ୱାର୍ଡ କାଞ୍ଜିଆପଲ୍ଲୀର ବିଜେଡି କର୍ମୀ ରଙ୍କନିଧି ଗୌଡ଼(୪୮) ବ୍ରହ୍ମପୁର କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ମଇ ୭ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି। ମଇ ୯ ତାରିଖ ଦିନ ଇ କମ୍ କୋରିୟର ସନ୍ଥାର ଲକ୍ଷ୍ମୀକାନ୍ତ ସାହୁ(୩୨) ବ୍ରହ୍ମପୁର କୋଭିଡ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହି ୫ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ପ୍ରଭାବ ପକାଇଛି। ଆଜି ସହରରେ ଜନଶୂନ୍ୟ ଦୃଶ୍ୟ ଦେଖି, ସଟ୍ ଡ଼ାଉନ୍ ଓ ଲକ୍ ଡାଉନ୍ ନିୟମ ଉଲଂଘନ କଲେ ବିପଦ ମାଡି ଆସିବ, ଏହା ବୁଗୁଡା ସହର ବାସୀ ହୃଦୟଙ୍ଗମ କରି ସଚେତନ ହୋଇଥିବା ଆଶା କରାଯାଉଛି। ତଥାପି ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଙ୍କ ନେତୃତ୍ୱରେ କର୍ମଚାରୀ ବୃନ୍ଦ ବିଭିନ୍ନ ସ୍ଥାନରେ ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଥିଲେ। ଏଥିସହ ସଟ୍ ଡାଉନର ଦ୍ୱିତୀୟ ଦିନରେ ମଧ୍ୟ ଅସହାୟ ବ୍ୟକ୍ତିଙ୍କୁ ରାନ୍ଧଖାଦ୍ୟ ଦେବାସହ ବୁଲା ପଶୁ ମାନଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଥିବା ଇଓ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here