ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ୍ ସୁନୀଲ ପାତ୍ର ଙ୍କ କରୋନା ରେ ମୃତ୍ୟୁ

0
120

ବ୍ରହ୍ମପୁର, ୧୨/୦୫/୨୦୨୧: ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ପୂର୍ବତନ ସିନିୟର ଆସିଷ୍ଟାଣ୍ଟ୍ ସୁନୀଲ ପାତ୍ର ଙ୍କ କରୋନା ମହାମାରୀ ରେ ଗତ ଶନିବାର ଦିନ ରାତ୍ରି ରେ ବ୍ରହ୍ମପୁର ବଡ ମେଡିକାଲ ରେ ପରଲୋକ ହୋଇଯାଇଛି। ବିବରଣୀ ରୁ ପ୍ରକାଶ ଯେ, ଗତ ୨୪ ତାରିଖ ରାତି ରେ ଅକ୍ସିଜେନ ଅଭାବ ରୁ ସ୍ବର୍ଗତ ପାତ୍ର ଙ୍କୁ ବଡ ମେଡିକାଲ ର କରୋନା ଡି. ସି. ଏଚ ର ଆଇସିୟୁ ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୧୪ ଦିନ କରୋନା ରୋଗ ରେ ଚିକିତ୍ସିତ ହେବା ପରେ ଗତ ୮ ତାରିଖ ରେ ମୃତ୍ୟୁ ବରଣ କରିଥିଲେ।। ସେ ଜଣେ ପରୋପକାରୀ,ଧର୍ମ ପରାଯଣ, ଶାନ୍ତ ପ୍ରିୟ ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ପରିବାର ବର୍ଗ, ବନ୍ଧୁମାନ ଙ୍କ ମହଲ ରେ ଶୋକ ର ଛାୟା ଖୋଳିଯାଇଛି। ଗୋଷାଣି ନୂଆଗାଁ ଠାରେ ଥିବା ନନ୍ଦିଘୋଷ ସିଟି ଆପର୍ଟମେଣ୍ଟରେ ରହୁଥିଲେ। ସ୍ବର୍ଗତ ପାତ୍ର ଙ୍କ ଧର୍ମପତ୍ନୀ, ଦୁଇ ପୁତ୍ର, ପୁତ୍ର ବଧୁ, ଝିଅ, ଜ୍ବାଇଁ, ନାତିନାତୁଣୀମାନେ ଏହି ଦୁର୍ଦ୍ଦନ ସମୟରେ ତାଙ୍କର ବାସଭବନରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here