ପୋଖରୀ ପାହାଚ ନିର୍ମାଣ କଲେ ପ୍ରବାସୀ ଓଡ଼ିଆ

0
211

ବୁଗୁଡା, ୧୫/୦୫/୨୦୨୧:ପୋଲସରା ବ୍ଳକ ଖଣ୍ଡୁରୁ ପଞ୍ଚାୟତ ଖଣ୍ଡୁରୁ ଗ୍ରାମର ପ୍ରବାସୀ ଓଡ଼ିଆ ଭାଇମାନେ ମିଳିତ ଭାବେ ଗ୍ରାମ ପୋଖରୀ ପାହାଚ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଥିବା ଜଣାପଡ଼ିଛି । ଖଣ୍ଡୁରୁ ଗ୍ରାମର ପ୍ରବାସୀ ଓଡିଆମାନେ ସୁରତରେ ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରନ୍ତି ।କିନ୍ତୁ ଯେତେବେଳେ ସେମାନେ ଗ୍ରାମକୁ ଆସୁଛନ୍ତି ଗ୍ରାମର ସୁବିଧା ଅସୁବିଧା ବିଷୟ ନେଇ ଗ୍ରାମର ପ୍ରଗତି କ୍ଷେତ୍ରରେ ଚିନ୍ତା କରୁଥିବା ଜଣାପଡ଼ିଛି। ଖଣ୍ଡୁରୁ ଗ୍ରାମରେ ଥିବା ବଡ଼ ବନ୍ଧର ପାହାଚ ବହୁ ଦିନଧରି ଭାଙ୍ଗି ଯାଇଥିବା ଯୋଗୁଁ ଲୋକମାନେ ଗାଧେଇବା ବେଳେ ବହୁତ ଅସୁବିଧାର ସମୁଖିନ ହେଉଥିଲେ । ପ୍ରବାସୀ ଓଡ଼ିଆ ଭାଇ ସତ୍ଯବାନ ସାହୁଙ୍କ ଉଦ୍ୟମରେ ପ୍ରବାସୀ ଓଡ଼ିଆ ଭାଇମାନେ ମିଳିତ ଭାବେ କିଛି ଅର୍ଥ ସଂଗ୍ରହ କରି ମିଳିମିଶି ଶ୍ରମଦାନ କରି ଗ୍ରାମର ବଡ଼ ବନ୍ଧର ପାହାଚ ନିର୍ମାଣ କରିଛନ୍ତି । ପାହାଚ ନିର୍ମାଣ କରିବାରେ ସହଯୋଗ କରିଥିବା ପ୍ରବାସୀ ଓଡ଼ିଆମାନେ ହେଲେ ପ୍ରଦୀପ ପ୍ରଧାନ, ଅଶୋକ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, କଂଗ୍ରେସ ସାହୁ,ରାଜେନ୍ଦ୍ର ସାହୁ, ସୂର୍ଯ୍ଯନାରାୟଣ ସାହୁ, ବିପିନ ପ୍ରଧାନ, ଟୁକୁନା ସାହୁ, ରବି ପ୍ରଧାନ, ଟୁକୁନା ପ୍ରଧାନ, ବୁଲୁ ପ୍ରଧାନ, ଜିତେନ୍ଦ୍ର ସାହୁ, ଦିପୁ ସାହୁ, ସଞ୍ଜୟ ସାହୁ, ନବ ସାହୁ, କୁନା ପ୍ରଧାନ, କୁଶ ସାହୁ, ସୁରତ ସାହୁ,ଓ ବିନୋଦ ପ୍ରଧାନ । ପ୍ରବାସୀ ଓଡ଼ିଆ ଭାଇମାନେ ବିଗତ ଦିନରେ ଗ୍ରାମରେ ଏହିପରି ଅନେକ ଜନହିତକର କାମ କରି ଥିବା ଜଣାପଡିଛି । ବୁଦ୍ଧିଜୀବୀ ବୃନ୍ଦ ପ୍ରବାସୀ ଓଡ଼ିଆଙ୍କ ଏହି ପ୍ରକାର କାମକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here