କୋଭିଡ଼ ସନ୍ଧିଗ୍ଧ ମହିଳାଙ୍କ ମୃତ ଶବକୁ ଅନ୍ତିମ ସଂସ୍କାର ରେ ସହାୟତା କଲା ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ ।

0
214

 

ବ୍ରହ୍ମପୁର,୧୫/ ୦୫/୨୦୨୧: କରୋନାର କରାଳ ଛାୟା ସାରା ବିଶ୍ୱରେ ନିଜର ପତିଆରା ଜାହିର କରି ନିଜ ରଣକୌଶଳରେ ମାନବ ସମାଳକୁ କିଂକର୍ତ୍ତବ୍ୟ ବିମୁଢ଼ କରିଅଛି । ନିଜର ସଂକ୍ରମଣ ଜାଲରେ ସଭ୍ୟ ଶିକ୍ଷିତ ସମାଜକୁ ପ୍ରଭୂତ ଚାପରେ ରଖିଥିବା ସହିତ ଅଫୁରନ୍ତ ବହୁମୂଲ୍ୟ ଜୀବନକୁ ନଷ୍ଟ କରିଅଛି । ସରକାରଙ୍କ କଟକଣା ଯୁକ୍ତ ସାବଧାନତାକୁ ପ୍ରକାରାନ୍ତରେ ସମାଜ ଗ୍ରହଣ କରୁଥିବା ବେଳେ ସୁବିଧାବାଦୀ ମନୋବୃତ୍ତିରେ ସମ୍ପ୍ରତି ମାନବିକତାକୁ ଭୁଲିଯାଉଥିବା ଲକ୍ଷ କରାଯାଇଅଛି । କୋଭିଡ – ୧୯ କାର୍ଯ୍ୟକ୍ରମର ପ୍ରତିଷେଧକ ବ୍ୟବସ୍ତା ପ୍ରକାରେ କରୋନା ସଂକ୍ରମିତ ରୋଗୀଙ୍କ ଶବକୁ ସାଧାରଣରେ ସତ୍କାର କିମ୍ବା ସ୍ପର୍ଶକୁ ସାଧାରଣରେ ବାରଣ ବିଧି ଥିଲେ ମଧ୍ୟ ସାଧାରଣ ମୃତ୍ୟୁରେ ମଧ୍ୟ ମୃତାଶବକୁ ସଂସ୍କାର ପାଇଁ ସାଧାରଣରେ ଭୟ କରାଯାଉଥିବା ଦେଖିବାକୁ ମିଳିଅଛି ।
ମିଳିଥିବା ସୂଚନା ପ୍ରକାରେ ସାନଖେମୁଣ୍ଡି ବ୍ଲକ୍ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରୟପୁର ଗ୍ରାମର ତମାଳ ପଣ୍ଡା ନାମ୍ନୀ ମହିଳାଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପ କାରଣରୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତମାଳଙ୍କ ମୃତ୍ୟୁ ହୋଇଥିଲା । ସ୍ଵତନ୍ତ୍ର ଭାବରେ ମୃତ ମହିଳାଙ୍କ ଶବକୁ ଗ୍ରାମରେ ପହଞ୍ଚାଇ କିଛି ସମ୍ପର୍କୀୟ ବ୍ୟକ୍ତିଙ୍କ ସହାୟତାରେ ଅନ୍ତିମ ସଂସ୍କାର କରାଯାଇଥିଲା । ପରନ୍ତୁ ଶବ ସଂସ୍କାର ସରି ରାତ୍ରି ପ୍ରାୟ ଦଶଟା ବେଳେ ଘରକୁ ଫେରି ଦେଖିଲା ବେଳେ ତମଲଙ୍କ ଝିଅ ନଳିନୀ ଆଚାର୍ଯ୍ୟଙ୍କ ଅକସ୍ମାତ ମୃତ୍ୟୁ ହୋଇଥିଲା । ଖବର ପ୍ରଚାର ପରେ ଗ୍ରାମବାସୀ ଚକିତ ହେବା ସହ ଅଞ୍ଚଳରେ ଚାନ୍ଚଲ୍ୟ ଖେଳିଗଲା । ସଭିଙ୍କ ମନରେ କରୋନାର ଆତଙ୍କ ଭୟଭୀତ କରିବା ହେତୁ ଶବ ଛୁଇଁବା କିମ୍ବା ସଂସ୍କାର କରିବାକୁ ଗ୍ରାମବାସୀ ଅମଙ୍ଗ ହୋଇଥିଲେ । ସାରା ରାତି ମୃତାଶବ ଘରେ ପଡିରହିବା ପରେ ଆଜି ସକାଳେ ସ୍ଥାନୀୟ ବ୍ଲକ୍ ପ୍ରଶାସନକୁ ଘଟଣା ସମନ୍ଧରେ ଅବଗତ କରାଯାଇଥିଲା । ଖବର ପାଇ ପ୍ରଶାସନ ପକ୍ଷରୁ ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡ ,ଶ୍ରୀନିବାସ ବେହେରା ପାଟପୁର ପୋଲିସ୍ ଥାନାଧିକାରୀ ଶ୍ରୀ ସବ୍ୟସାଚୀ ମଲ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତକ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ମୃତଶବକୁ ଉଦ୍ଧାର କରିଥିଲେ । ସମ୍ପର୍କୀୟ ଗ୍ରାମବାସୀଙ୍କ ସହାୟତାରେ ପିପିଟି ପରିଧାନ ପୂର୍ବକ ଶବକୁ ସ୍ଥାନୀୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଇଥିଲେ । ଏହି ପରିପ୍ରେକ୍ଷୀରେ
କରୋନା ମହାମାରୀର ଦ୍ଵିତୀୟ ଲହରୀ ସମ୍ପ୍ରତି ଆତଙ୍କ ଖେଳାଇ ଜନଜୀବନକୁ ଭୟଭୀତ କରି ରଖିଥିଲା ବେଳେ ସାଧାରଣ ସାବଧାନତା ସହ ସର୍ବଦା ମାସ୍କର ବ୍ୟବହାର , ନିୟମିତ ପ୍ରକୃତ ପ୍ରଣାଳୀରେ ହାତଧୁଆ , ସାମାଜିକ ଦୂରତା ରକ୍ଷା ଏବଂ ମିଳିତ ଜନ ସମାଗମ ଠାରୁ ଦୂରେଇ ରହିବା , ସାଧାରଣ କିଛି ସ୍ଵାସ୍ଥ୍ୟଗତ ସନ୍ଦେହ ହେଲେ ଡାକ୍ତରୀ ପରାମର୍ଶକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here