ଅଡ଼ିନାନ୍ସ ଫ୍ୟାକ୍ଟ୍ରି କର୍ମଚାରୀଙ୍କ କରୋନାରେ ମୃତ୍ୟୁ, ସୁମଣ୍ଡଳରେ ଶୋକର ଛାୟା ।

0
172

ବ୍ରହ୍ମପୁର,୧୫/୦୫/୨୦୨୧ ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ମୋହନପୁର ସାହିର ଯୁବକ ପଦ୍ମ ଚରଣ ବିଶ୍ୱାଳ (୪୧) ଙ୍କର ଆଜି କରୋନାରେ ମୃତ୍ୟୁ ଘଟିଛି। ସେ ୨୦୧୦ ମସିହାରୁ ଗାଜିଆବାଦ ଠାରେ କେନ୍ଦ୍ର ସରକାରଙ୍କ ସ୍ଵୀକୃତିପ୍ରାପ୍ତ ଅଡ଼ିନାନ୍ସ ଫ୍ୟାକ୍ଟ୍ରିରେ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ କିଛି ଦିନ ତଳେ ତାଙ୍କ ଦେହ ଖରାପ ହେବା ସହ ପରୀକ୍ଷା କରିବା ପରେ କରୋନା ସଂକ୍ରମିତ ବୋଲି ଜଣା ପଡିଥିଲା।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଥିଲା। ଅମ୍ଳଜାନ ସ୍ତର ଖସିବା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ରେ ରଖାଯାଇଥିଲା କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଆଜି ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସୁମଣ୍ଡଳ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଯୁବକ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ତାଙ୍କର ପତ୍ନୀ ଓ ପୁଅ ଗୋଟିଏ, ଝିଅ ଗୋଟିଏ ଅଛନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ସାଙ୍ଗସାଥି, ଆତ୍ମୀୟ ସ୍ଵଜନ ଓ ଅଂଚଳବାସୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here