ଶେରଗଡ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ପୋଷାକ ବଣ୍ଟନ

0
128

ଶେରଗଡ,୦୨/୦୬/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ର ପ୍ରିସ୍କୂଲ ର ଶିଶୁ ମାନଙ୍କୁ ପୋଷାକ ବିତରଣ କରାଯାଇଛି ।କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କ୍ଳାସ ବନ୍ଦ ରହୁଥିବା ରୁ ବିଶେଷ କରି ପିତ୍ତଳ ଅଂଚଳରେ ଅଙ୍ଗନବାଡିକର୍ମୀ ମାନେ ଘର ଘର ବୁଲି ଶିଶୁ ମାନଙ୍କ ର ପୋଷାକ ଏବଂ ସୁଖିଲା ଖାଦ୍ଯ ଡାଲି ଚାଉଳ ପରିବାପତ୍ର ଓ ଅଣ୍ଡା ଶିଶୁ ମାନଙ୍କ ଘରେ ପହଞ୍ଚାଇବା ବ୍ଯବସ୍ଥା କରୁଛନ୍ତି।ଗତକାଲି ଠାରୁ ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ ଏଠାରୁ ବଦଳି ହୋଇ ଯାଇଥିବା ବେଳେ ତାଙ୍କ ସ୍ଥାନ ରେ ଗୀତାଞଳି ରାଉଳ ସିଡିପିଓ ଭାବେ ଯୋଗ ଦେଇଥିବାରୁ ଅଙ୍ଗନବାଡିକର୍ମୀ ମହଲରେ ଆନନ୍ଦ ର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here