ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଅମ୍ରିତ ପ୍ରଧାନ ପରିବାର ଙ୍କୁ ସହାୟତା ପ୍ରଦାନ

0
140

ବ୍ରହ୍ମପୁର,୦୫/୦୬/୨୦୨୧:ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୁଷଣ ଜେନାଙ୍କ ସହ ଏକ ଟିମ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ଗୋପାଳପୁର ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ଭାବିନିପୁର ପଞ୍ଚାୟତର ବାସୁଦେବ ନଗର ବାସିନ୍ଦା ଅମ୍ରିତ ପ୍ରଧାନଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ପିତା ମଦନ ମୋହନ ପ୍ରଧାନଙ୍କ ସହ ଭେଟି ତାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅମ୍ରିତ ବିଗତ କିଛିଦିନ ହେଲା କରୋନା ଆକ୍ରନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ବର୍ତ୍ତମାନ ସେ ନିମୋନିଆ ଓ ସେପ୍ଟିସିମିଆ ରୋଗରେ ପୀଡିତ ହୋଇ ଅଧିକ ଚିକିତ୍ସା ନିମନ୍ତେ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଏଥି ପାଇଁ ଅର୍ଥ ଆବଶ୍ୟକ ରହିଥିବା ବେଳେ ତାଙ୍କ ବହୁ ସଙ୍ଘଠନ ପକ୍ଷରୁ ସହାୟତା କରାଯାଇଛି। ଏହି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୁଷଣ ଜେନାଙ୍କ ସହ ଭାବିନିପୁର ପଞ୍ଚାୟତର ବିଜେପି ନେତା ଶ୍ରୀ ସୁଶୀଲ ସେନ ବେହେରା ମଧ୍ୟ ୩୦୦୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଉକ୍ତ ପରିବାରର ଏହି ଅସମୟରେ ଓଡିଶା ବାସୀ ଅତି କମରେ ୧୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ସହାୟତା ରାଶି ପ୍ରଦାନ କରିବା ପାଇଁ ଅମରିତ ଙ୍କ ପିତା ମଦନମୋହନ ପ୍ରଧାନଙ୍କ ନମ୍ବର ୯୪୩୮୦୨୪୬୬୬ କୁ ଅନଲାଇନ ରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ବିଜେପି ପକ୍ଷରୁ ପ୍ରଭାତ କିରଣ ଷଡଙ୍ଗୀ , ରାଜୀବ କୁମାର ମିଶ୍ର , ଶିବ ପ୍ରସାଦ ପାତ୍ର , ଶିବ ଶଙ୍କର ନାୟକ , ତୁମ୍ବେଶ୍ଵର ନାୟକ , ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here