ଅଟୋ ଡ୍ରାଇଭର ଙ୍କ ବେପରୁଆ ଗାଡ଼ିଚାଳନା, ଅଟୋ ଦୁର୍ଘଟଣା ଗ୍ରସ୍ତ, ଦୁଇ ଆହତ

0
226

ବ୍ରହ୍ମପୁର,୦୭/୦୬/୨୦୨୧: (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ଶାଳବଣ ଠାରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇ ଅଟୋରେ ବସିଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନେ ହେଲେ କୁମାରୀପାରି ଗ୍ରାମର ସୁଜ୍ଞାନୀ ଭୂୟାଁ ଏବଂ କଣ୍ଟାପଡା ଗ୍ରାମ ର କାମ୍ପ ସ୍ଵାଇଁ ।ଉଭୟେ ରାହାଡା ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ସୁସ୍ଥ ଅଛନ୍ତି । ଘଟଣାରୁ ପ୍ରକାଶ ଯେ OD02AG9023 ନମ୍ବର ବିଶିଷ୍ଠ ଏକ ଅଟୋ ରେ ଉଭୟେ ବେଗୁନିଆପଡ଼ା ଠାରୁ ଅଙ୍ଗାରଗାଁ ଆସୁଥିବା ସମୟରେ ଶାଳବଣ ନିକଟରେ ଅଟୋ ଡ୍ରାଇଭର ମୋବାଇଲ ରେ କଥା ହେବା ଫଳରେ ଭାରସାମ୍ଯ ହରାଇ ଅଟୋ ଟି ଓଲଟି ପଡିଥିବା ନେଇ ଯାତ୍ରୀ ମାନେ କହିଛନ୍ତି । ଅଟୋ ଡ୍ରାଇଭର ଙ୍କ ନାମ ବାବୁ ନାହକ ହୋଇଥିବା ବେଳେ ଘର ତାଙ୍କର ବେଗୁନିଆପଡ଼ା ବୋଲି ଜଣା ପଡିଛି । ଖବର ଲେଖା ସୁଦ୍ଧା ଫାଣ୍ଡିରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here