ବେଗୁନିଆପଡ଼ା ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ଅତିଷ୍ଠ

0
175

ବ୍ରହ୍ମପୁର,୦୯.୦୬.୨୦୨୧: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବିଦ୍ୟୁତ ଫିଡ଼ର୍ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଦେଖିବାକୁ ମିଳୁଛି । କୌଣସି ପୂର୍ବ ନିର୍ଦ୍ଧାରିତ ସୂଚନା ନ ଥାଇ ଦୈନଦିନ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଉପଭୋକ୍ତା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିନା ସୂଚନାରେ ସକାଳେ, ଦ୍ବିପ୍ରହରେ ଏବଂ ସନ୍ଧ୍ୟା ସମୟରେ ବାରମ୍ବାର ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ଅତିଷ୍ଠ କରୁଛି। ଅସହ୍ୟ ଗୁଳଗୁଳି ଯୋଗୁଁ ଲୋକମାନେ ଘରେ ରହିପାରୁ ନ ଥିବା ବେଳେ ବିଦ୍ୟୁତକାଟ ଯୋଗୁଁ ଲୋକମାନଙ୍କର ସମସ୍ୟା ଦୁଇଗୁଣ ବଢ଼ି ଯାଉଛି। ବର୍ଷା ନଥାଇ ମଧ୍ୟ ବିଦ୍ୟୁତ କାଟ କରାଯାଉଛି ।ଏଥିସହିତ ସାମାନ୍ୟ ବର୍ଷା ଏବଂ ପବନ ହେଲେ ମଧ୍ଯ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ହେଉଛି । ଏହି ବିଦ୍ୟୁତ କାଟର କାରଣ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ କଲେ କେହି ଫୋନ ଉଠାଉନାହାନ୍ତି । ଟିପିସିଓଡ଼ିଏଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here