ସିପିଏମ କୋଭିଡ ଏକ୍ସନ ଗ୍ରୁପ ପକ୍ଷରୁ ଷଷ୍ଠ ଦିନରେ ସହାୟତା ବଣ୍ଟନ।

0
155

ବ୍ରହ୍ମପୁର,୧୪/୦୬/୨୦୨୧:
ସିପିଏମ କୋଭିଡ ଏକ୍ସନ ଗ୍ରୁପ ପକ୍ଷରୁ ସହାୟତା ବଣ୍ଟନ ଷଷ୍ଠ ଦିବସରେ ପହଁଚିଛି।ଆଜି ଥିଲା ସହାୟତା ବଣ୍ଟନର ଶେଷ ଦିବସ।ବିଭିନ୍ନ ବର୍ଗରେ ରୋଜଗାର ହରାଇଥିବା ୧୫୦ରୁ ଉର୍ଦ୍ଧ୍ବ ଗରିବ ଲୋକଙ୍କୁ ଚାଉଳ, ଡ଼ାଲି,ତେଲ, ସୁଜି,ଗୁଡ଼, ଆଳୁ, ପିଆଜ, ସୋୟାବଢି, ବିସ୍କେଟ ଓ ମାସ୍କ ବଣ୍ଟନ ବଣ୍ଟନ କରାଯାଇଥିଲା।
ସିପିଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବସନ୍ତ କୁମାର ପଣ୍ଡା, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର,ବୈକୁଣ୍ଠ ନାଥ ସାହୁ, ହରି ନାହାକ ,ରଂଜନ ପାତ୍ର ,ଓ ନୃସିଂହ ବ୍ରହ୍ମା ପ୍ରମୁଖ ପରିଚାଳନା କରିଥିଲେ।ଏହି ସପ୍ତାହ ବ୍ୟାପୀ ସହାୟତା ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବା ସହରର ଶ୍ରମିକ କର୍ମଚାରୀ ସଂଗଠନ, ବ୍ୟବସାୟ ପ୍ରତିଷ୍ଠାନ, ବୁଦ୍ଧିଜୀବୀ, ଓ ବହୁ ବ୍ୟକ୍ତିବିଶେଷ ସାହାଯ୍ୟ ସହଯୋଗ କରିଥିବା ଯୋଗୁଁ ସେମାନଙ୍କୁ ଧନ୍ୟବାଦ।ସେହିଭଳି ଖାଦ୍ୟ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀର ପକେଟ ଅନେକେ ଲୋକ ସାହାଯ୍ୟ କରିଛନ୍ତି।ସେମାନଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।ଅଗାମୀ ଦିନରେ ଲୋକଙ୍କ ଦୁର୍ଦ୍ଦଶା ସମୟରେ କୋଭିଡ ଏକ୍ସନ ଗ୍ରୁପ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ପ୍ରକାଶ କରାଯାଇଛି।କୋଭିଡ କଟକଣା ଯୋଗୁଁ ରୋଜଗାର ହରାଇ ଦୁର୍ଦଶା ଭିତରେ ଦିନ କାଟୁଥିବା ପରିବାରକୁ ଆବଶ୍ୟକୀୟ ରାସନ ମାଗଣାରେ ଯୋଗାଇ ଦେବା ସହିତ ମାସକୁ ୭୫୦୦ ଟଙ୍କା ନଗଦ ରାଶି ଯୋଗାଇ ଦେବା ପାଇଁ ଦାବୀ କରାଯାଇଛି।

LEAVE A REPLY

Please enter your comment!
Please enter your name here