ମହାମାୟୀ ମହିଳା ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

0
20

ବ୍ରହ୍ମପୁର,୨୭/୦୪/୨୦୨୪:ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରାୟୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ଉଦ୍ ଯାପନ ହୋଇ ଯାଇଛି । ଆଜିର ଏହି ସଭା କଲେଜ ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥୀ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଧ୍ୟାପିକା ଡ. ସ୍ୱର୍ଣ୍ଣଲତା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ନୋଡାଲ ଅଫିସର ଡ ନିବେଦିତା ମହାପାତ୍ରଙ୍କ ସଂଯୋଜନା ଏବଂ ତାଲିମ ଦାତ୍ରୀ ସରିତା ପଣ୍ଡା ଙ୍କ ପ୍ରତ୍ୟକ୍ଷ ତାଲିମ ରେ +୩ ପ୍ରଥମ ବର୍ଷର ୩୦ ଜଣ ଛାତ୍ରୀ ଏଥିରେ ଭାଗ ନେଇଥିଲେ । ଏପ୍ରିଲ ୩ ରୁ ୨୭. ଦୀର୍ଘ ୨୦ ଦିନ ଧରି ଏହି ଶିବିର ଅନୁଷ୍ଠିତ ହୋଇଥିଲା । + ୩ ନୋଡାଲ ଅଫିସର ଡ. ସ୍ୱର୍ଣ୍ଣଲତା ପଟ୍ଟନାୟକ, + ୨ ନୋଡାଲ ଅଫିସର ଆଶା କିରଣ ପଣ୍ଡା, କ୍ରିଡା ଅଧିକାରିଣୀ ଡ. ବାଣୀ ପଟ୍ଟନାୟକ ଏବଂ ପ୍ରାଧ୍ଯ।ପିକା ଶ୍ରୀଜା ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଯୋଗଦେଇଥିଲେ । ଶେଷରେ ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here