କୋଭିଡ ଆଇନ ଉଲ୍ଲଂଘନ , ବିଧାୟକ ବିକ୍ରମଙ୍କୁ ଗିରଫ କରିବାକୁ ଦାବି

0
128

ବ୍ରହ୍ମପୁର,୧୬/୦୬/୨୦୨୧:କୋଭିଡ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ବ୍ରହ୍ମପୁର ବିଧାୟକ ଓ ବିଜେଡି କର୍ମୀ ଆଇନକୁ ଉଲ୍ଲଂଘନ କରିଥିବାରୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଗଞ୍ଜାମ ଜିଲ୍ଲା ଉପ ସଭାପତି ତଥା ଆଇନଜୀବୀ ମନୋଜ ପଟ୍ଟନାୟକ ଦାବି କରିଛନ୍ତି। କୋଭିଡ-୧୯ ଆଇନ ଉଲ୍ଲଂଘନ ଦ୍ୱାରା ବିଧାୟକଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ଓଡିଶା ମୋ ପରିବାର ପକ୍ଷରୁ ବ୍ରହ୍ମପୁର ଏମକେସିଜି ପରିସରରେ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଖୋଦ ବିଧାୟକ ବିକ୍ରମ ପଣ୍ଡା ନିଜେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଶହ ଶହ ଲୋକଙ୍କୁ ଏକାଠି କରି ଖାଦ୍ୟ ବଣ୍ଟନ କରିଥିଲେ। ଯାହା କୋଭିଡ କୁ ଡାକି ଆଣିବା ସହ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିନା ସାମାଜିକ ଦୂରତା ରେ ଏଭଳି କାର୍ଯ୍ୟକ୍ରମ କୁ ସବୁରି ମହଲରେ ନିନ୍ଦା କରାଯାଇଥିଲା।
ରିପୋର୍ଟ: ହିମାଂଶୁ ଶେଖର ସାବତ

LEAVE A REPLY

Please enter your comment!
Please enter your name here