ପୋଲସରା ବ୍ଳକରେ ତିନିଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

0
129

ପୋଲସରା, ୨୩/୦୬/୨୦୨୧ : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହୀରାପଲ୍ଲୀ, ଉସ୍ତାପଡା, ଓ ଢଉମାଳ ଗ୍ରାମାରେ ନୂତନ ଭାବେ ନିର୍ମାଣ ହେବାକୁ ଯାଉଥିବା ୩ ଟି ପାନୀୟ ଜଳ ପ୍ରକଳ୍ପକୁ ଜୁନ ୨୩ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରତ୍ୟେକ ପରିବାରଙ୍କ ଘରକୁ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଇବାକୁ ନିଷ୍ପତ୍ତି ନେଇଥିବା ପ୍ରରିପେକ୍ଷିରେ ଏହି ୩ ଟି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆଜି ବିଧାୟକ ଶ୍ରୀ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ତିନି ଗ୍ରାମାରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଲା ଗ୍ରାମବାସୀ ବୃନ୍ଦଙ୍କ ପାନୀୟ ଜଳ ଅଭାବ ଦୂର ହେବାସହ ନିଜ ଘରେ ପାଣି ପାଇପାରିବେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ, ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here