ନିସ୍ଥିପୁର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ କୋଭିଡ -୧୯ ସଚେତନତା ଅଭିଯାନ ଅନୁଷ୍ଠିତ ।

0
101

ବ୍ରହ୍ମପୁର,୨୩/୦୬/୨୦୨୧: କରୋନା ସଂକ୍ରମଣର ଦ୍ଵିତୀୟ ଲହର ସମ୍ପ୍ରତି ପରିଲକ୍ଷିତ ହେଉଥିବା ଅବସରରେ ପ୍ରଶାସନିକ ତପ୍ତରତା ପ୍ରକାଶ ପାଇଛି । ସଂକ୍ରମଣର ତିବ୍ରତାକୁ ରୋକ ଲଗାଇବାରେ ସାଧାରଣ ସଚେତନତା ମହୌଷଧି ଭାବେ ପ୍ରଭାବିତ କରୁଥିବାରୁ ସ୍ଥଳ ବିଶେଷରେ ଜନ ସଚେତନତାକୁ ଗୁରୁତ୍ଵ ଦିଆଯାଉଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗ୍ରାମରେ କାମ କରୁଥିବା ଗାଁ କଲ୍ୟାଣ ସମିତି ସୌଜନ୍ୟରୂ କରୋନା ସଂକ୍ରମଣ ନିରୋଧି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରରିପ୍ରେଖିରେ ଆଜି ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚାୟତର ନିସ୍ତିପୁର ଗ୍ରାମ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ କରୋନା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।ଅଙ୍ଗନବାଡ଼ି କର୍ମୀ ମିନତୀପ୍ରଭା ଲେଙ୍କା , ମମତା କୁମାରୀ ପାଣିଗ୍ରାହୀ , ବନିତା କୁମାରୀ ଭୂୟାଁ , ଆଶା ସାଥୀ ରୀନା କୁମାରୀ ବାରିକ , ଆଶା କର୍ମୀ ରଶ୍ମିତା ଜେନା -୧ , ରଶ୍ମିତା ଜେନା -୨ ପ୍ରମୁଖ ସରପଞ୍ଚ ଶଶୀ ନାଇକା ଏବଂ ୱାର୍ଡ ସଭ୍ୟା ଅନୁସୁୟା ପ୍ରଧାନଙ୍କ ସହ ଗ୍ରାମ ପରିକ୍ରମା କରି କରୋନା ଜନିତ ସାଧାରଣ ସଚେତନତା କରାଇଥିଲେ । ପଥପ୍ରାନ୍ତ ଆଲୋଚନା ମାଧ୍ୟମରେ ସାଧାରଣ ଗୃହିଣୀ ,ବୟସ୍କା ମହିଳା ବର୍ଗରେ ମାସ୍କ ବ୍ୟବହାର , ସାବୁନ ଦେଇ ପ୍ରକୃତ ପ୍ରଣାଳୀରେ ହାତଧୁଆ , ସାମାଜିକ ଦୂରତା ରକ୍ଷା ନେଇ ସଚେତନା କରାଯାଇଥିଲା । ସାବଧାନତାର ସହିତ ସଂଯମତା ରକ୍ଷାକରି ସଚେତନତା ପ୍ରକାରେ କରୋନାକୁ ମୁକାବିଲା କରିବା ସହଜ ହୋଇଥିବାରୁ ଗାଁ କଲ୍ୟାଣ ସମିତି ପକ୍ଷରୁ ସାଧାରଣରେ ସାବଧାନତା ଗ୍ରହଣ କରିବାକୁ ଅନୁପ୍ରାଣିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମହିଳା ସ୍ବାସ୍ଥ୍ୟକର୍ମୀ ସରୋଜିନୀ ମହାନ୍ତି ଏବଂ ବହୁମୁଖି ପୁରୁଷ ସ୍ବାସ୍ଥ୍ୟକର୍ମୀ କୈଳାସ ପାତ୍ର ପ୍ରମୁଖ ବିଭାଗୀୟ ସହାୟତା ପ୍ରଦାନ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here