ଶେରଗଡ,୨୭/୦୬/୨୦୨୧:(ଡାକ୍ତର ହୃଷୀକେଶ ମହାନ୍ତି) ମୂଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ସଚିବ ଭିନିଲକ୍ରିଷ୍ଣା ଗତକାଲି ଶେରଗଡ ବ୍ଲକ ଗସ୍ତରେ ଆସି ପଂଚାୟତ ନିର୍ବାଚିତ ପ୍ରତିନିଧି ତଥା ଜିଲ୍ଲା ପରିଷଦ ସଭ୍ଯ,ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଚାଷୀମାନଙ୍କ ସମସ୍ଯା ଶୀତଳ ଭଣ୍ଡାର,ପାର୍କ,ରାସ୍ତା ନିର୍ମାଣ ଓ ବିଭିନ୍ନ ଉନ୍ନୟନ କାର୍ଯ୍ଯସଂପର୍କ ରେ ଆଲୋଚନା କରି ଥିଲେ ।ବିଶେଷ କରି ବୈଠକରେ ପାନୀୟ ଜଳ ଓ ବନ୍ୟା ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଥିଲା।ଏହି ବୈଠକରେ ମୂଖ୍ୟମନ୍ତ୍ରୀ ଙ୍କ ଉପସଚିବ ଶୁଭ୍ରାଂଶୁ କୁମାର ମିଶ୍ର,ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୂଖ୍ୟମନ୍ତ୍ରୀ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ବିଡିଓ ଶମ୍ଭୁନାଥ ନନ୍ଦି ତହସିଲଦାର ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀ ମମତା ସାମନ୍ତରା,ଉପାଧ୍ୟକ୍ଷ ବିଶ୍ୱନାଥ ସ୍ୱାଇଁ, ଅଧ୍ଯକ୍ଷା ସାରସ ସ୍ୱାଇଁ ଙ୍କ ସମେତ ବ୍ଳକର ବହୁ ଛାମୁଆ ବିଜେଡି ନେତା ଅଂଶଗ୍ରହଣ କରିଥିଲେ ।ଭିନିଲକିଷ୍ଣା ଙ୍କ ଏହି ଗସ୍ତ କାର୍ଯ୍ଯକ୍ରମ ଆଗାମୀ ପଂଚାୟତ ନିର୍ବାଚିତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବ ଶାଳୀହେବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।