ଜାତୀୟ ପତାକା ଦିବସରେ ସମ୍ମାନିତ ହେଲେ ରାଜକିରଣ

0
273

ବ୍ରହ୍ମପୁର,୨୪/୦୭/୨୦୨୧: ଜାତୀୟ ପତାକା ଦିବସ ଅବସରରେ କଳିଙ୍ଗ ଏଜୁକେସନ ଆଣ୍ଡ ସୋସିଆଲ ୱେଲଫର୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଭାରତ ଗୌରବ ସମ୍ମାନ ୨୦୨୧ ରେ ସମ୍ମାନିତ ହେଲେ ବ୍ରହ୍ମପୁରର ଯୁବ ପ୍ରତିଭା ରାଜ କିରଣ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମଟି ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀ ସଭାକକ୍ଷ ପରିସରରେ ଆୟୋଜିତ ହୋଇଥିଲା । ଏହି ସମ୍ମାନ ନିମନ୍ତେ କେବଳ ଓଡ଼ିଶାର ୪ ଜଣ ମାତ୍ର ମନୋନୀତ ହୋଇଥିବାବେଳେ ବ୍ରହ୍ମପୁରରୁ କେବଳ ଜଣେ ହିଁ ରାଜ କିରଣ ମନୋନୀତ ହୋଇଥିଲେ । ଆୟୋଜିତ ଉତ୍ସବରେ ଉଦ୍ଘାଟକ ଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ତଥା ଅନ୍ତର୍ଜାତୀୟ କବି ଡ଼ଃ. ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ସାହିତ୍ୟିକ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇ ସମ୍ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁଣ୍ୟ ଉତ୍କଳ ତଥା ସମ୍ପାଦକ ‘ନୁପୁର’ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଶିକ୍ଷାବିତ ଡ଼ଃ. ସୁଶାନ୍ତ ଦାସ ଓ ଅନୁଷ୍ଠାନର ସାଧାରଣ ସମ୍ପାଦକ କାଳିଚରଣ ସିଂ ମଞ୍ଚାସିନ ଥିଲେ । ତେବେ ଏଭଳି ବିରଳ ସମ୍ମାନରେ ସମ୍ମାନିତ ପାଇଁ ଶ୍ରୀ ରାଜ କିରଣ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରର ବିଭିନ୍ନ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଛାତ୍ର ସଙ୍ଗଠନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here