ଦିନ ଦ୍ୱିପ୍ରହରରେ ଘରେ ପ୍ରବେଶ କରି ଲୁଟି ନେଲେ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା

0
377

ବୁଗୁଡା, ୨୭/୦୭/୨୦୨୧ : ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମାର ନିଶାକର ପ୍ରଧାନଙ୍କ ଘରେ ପ୍ରବେଶ କରି ଶାଶୁ ଓ ବୋଉ ବେକରୁ ଓ ଆଲମାରିରୁ ୨୦ ଭରି ସୁନା ଲୁଟି ନେବା ସହ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଅଭିଯୋଗରୁ ଜଣା ପଡ଼ିଛି ଯେ କରସିଙ୍ଗି ଗ୍ରାମର ନିଶାକର ପ୍ରଧାନ ଘରେ ନଥିବା ବେଳେ ଜୁଲାଇ ୨୬ ତାରିଖ ଦିବା ପ୍ରାୟ ସାଢ଼େ ଏଗାର ଘଣ୍ଟା ସମୟରେ ୪ ଜଣ ବ୍ୟକ୍ତି ମୁଖା ପିନ୍ଧି ନିଶାକର ଙ୍କ ଘରେ ପ୍ରବେଶ କରି ତାଙ୍କ ବାପା କୃଷ୍ଣ ପ୍ରଧାନ, ମାଆ ତନୁ ପ୍ରଧାନ ଓ ଧର୍ମପତ୍ନୀ ସୁଜାତା ପ୍ରଧାନଙ୍କୁ ମାଡମାରି ସୁଜାତାଙ୍କ ବେକରୁ ମଙ୍ଗଳ ସୂତ୍ର ଓ ଏକ କାନଫୁଲ ଓ ତନୁ ଙ୍କ ବେକରୁ ଏକ ଚେନ, ଝିକା ଓ କାନଫୁଲ ଲୁଟି ଥିବା ବେଳେ ଆଲମାରୀ ଭାଙ୍ଗି ଏକ ଗୋଟି ରାଣୀ ହାର , ଏକ ଗୋଟି ଚେନ, ଏକ ଗୋଟି ଛୋଟ ହାର, କାନର ୬ ହଳ, ଚୁଡି ଚାରି ପଟ, ଝିକା ଦୁଇଟି, ନଗଦ ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଫୋନ ମଧ୍ୟ ଲୁଟି ନେଇଛନ୍ତି। ସୁଜାତାଙ୍କ ଠାରୁ ସୁନା ଅଳଙ୍କାର ଲୁଟିବା ସମୟରେ ସେ ଜଣଙ୍କ ମୁଖା ଟାଣି ଚିହ୍ନିଥିବା ବେଳେ ଅନ୍ୟ ଜଣଙ୍କ ହାତକୁ କାମୁଡି ଦେଇଥିବା ନେଇ ନିଶାକର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରି ଫେରିଥିଲେ ମଧ୍ୟ ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇ ପାରି ନାହାଁନ୍ତି। ସିସି କ୍ୟାମେରା ଓ ସୁଜାତା ପ୍ରଧାନ ଜଣଙ୍କୁ ଚିହ୍ନି ଥିବା ଓ ଜଣଙ୍କ ହାତକୁ କାମୁଡି ଥିବା ଯୋଗୁଁ ଖୁବ ଶୀଘ୍ର ଲୁଟେରାମାନେ ଧାରା ପଡିବେ ବୋଲି ଆଶା କରାଯାଉଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here