ନିଜ ଘର ଭିତରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

0
146

ବୁଗୁଡା, ୨୭/୦୭/୨୦୨୧: ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଜୁଲାଇ ୨୭ ତାରିଖ ଦିନ ଜଣେ ଯୁବକ ନିଜ ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ନେବାରେ ଜଣାପଡିଛି ଯେ ଗୋଲିଆ ଗ୍ରାମର ନୁଆଁ ବନ୍ଧ ସାହି ର ନିରାକାର ପୋଲାଇ (୨୬) ମଙ୍ଗଳବାର ଦିନ ସକାଳେ ନିଜ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାରର ଲୋକମାନେ କ୍ଷେତକୁ ଚାଷ କାମ ପାଇଁ ଚାଲି ଯାଇଥିବ ବେଳେ ନିରାକାର ବେକରେ ରସି ଲଗାଇ ଦେଇଥିବା ଖବର ପାଇ ପରିବାର ଲୋକେ ଘରକୁ ଆସି ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ମରଶରୀରକୁ ଜବତ କରିବା ସହ ବୁଗୁଡା ଥାନା ୟୁଡି କେସ ନଂ ୧୧/୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାଠ ଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here