ବ୍ରହ୍ମପୁର ,୩୦/୦୭/୨୦୨୧: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ବଳରାମପୁର ପଞ୍ଚାୟତକୁ ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଗସ୍ତ କରି ଅଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ସମୀକ୍ଷା କରିବା ସହିତ ଜଗନ୍ନାଥପୁର ଗ୍ରାମର ବହୁ ପ୍ରତିକ୍ଷିତ ପାନୀୟଜଳ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ ଶ୍ରୀମତୀ ସୌରୀ ମଣ୍ଡଳଙ୍କ ଦ୍ଵାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ଆଜି ଲୋକାର୍ପଣ ଦିବସ ଧାର୍ଯ୍ୟ ହୋଇଥିବା ବେଳେ ପ୍ରତିକୂଳ ବର୍ଷାପାଗରେ ପୂର୍ବ ସମ୍ମତି ପ୍ରକାରେ ବିଧାୟକ ଅଞ୍ଚଳ ଗସ୍ତ କରି ଅଧିବାସୀଙ୍କ ଆନୁଷଙ୍ଗିକ ସମସ୍ୟାକୁ ନେଇ ଆଲୋଚନା କରିବା ସହ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଜଗନ୍ନାଥପୁର ଗ୍ରାମବାସୀଙ୍କ ବହୁ ଦିନର ସମସ୍ୟା ଥିବା ପାନୀୟଜଳ ସଙ୍କଟ ଦୂର ପାଇଁ ସରକାରଙ୍କ ଦ୍ଵାରା ସ୍ବେଛାସେବୀ ଅନୁଷ୍ଠାନ ଗ୍ରାମବିକାଶ ସଂସ୍ଥା ଓ ଗ୍ରାମବାସୀଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପର ପାଣିଟାଙ୍କି ଓ ପମ୍ପ ଘରକୁ ଆଜି ବିଧାୟକ ଲୋକାର୍ପଣ କରିଛନ୍ତି । ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ସୌରୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ଜେନାଙ୍କ ସହ ସମ୍ମାନୀୟ ଅତିଥି ଭାବରେ ସୋରଡ଼ା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ହରିକୃଷ୍ନ ରଥ , ଧରାକୋଟ ବ୍ଲକ ବରିଷ୍ଟ କଂଗ୍ରେସ ବ୍ୟକ୍ତିତ୍ଵ ବାବୁଲା ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ଅଞ୍ଚଳର ବିକାଶକୁ ନେଇ ନିଜନିଜ ଆଭିମୁଖ୍ୟ ସହ ବିଧାୟକଙ୍କ ଉଦ୍ୟମକୁ ଅବତାରଣା କରିଥିଲେ । ସଭାସ୍ଥଳରେ ଉପସ୍ଥିତ ପଞ୍ଚାୟତ ଜନସାଧାରଣଙ୍କ ସହ ଆଲୋଚନା କରି ଉପେକ୍ଷିତବର୍ଗଙ୍କ ସମସ୍ୟାକୁ ଆଲୋଚନାକୁ ନେଇ ସମାଧାନର ପନ୍ଥାପାଇଁ ସ୍ବୀକୃତି ପ୍ରଦାନ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବଳରାମପୁର ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ସମୀକ୍ଷା ସହ ଜଗନ୍ନାଥପୁର...