ବୁଗୁଡ଼ାରେ ଦଶମ ବୋର୍ଡ ପରୀକ୍ଷା ଦେଲେ ୫୯ ଜଣ ।

0
188

ବୁଗୁଡା, ୩୦/୦୭/୨୦୨୧: ବୁଗୁଡାର ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଜୁଲାଇ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଦଶମ ବୋର୍ଡ ପରୀକ୍ଷାରେ ୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବୁଗୁଡା ଏବିଇଓ ତଥା ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷକ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି। ୧୩ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଜଣେ ଅନୁପସ୍ଥିତ ଓ ୧୨ ଜଣ ପରୀକ୍ଷା ଦେଇଛନ୍ତି। ଏସଓଏସସି ର ୫୭ ଜଣ ପରୀକ୍ଷା ଦେବାକୁ ଥିବା ବେଳେ ୧୦ ଜଣ ଅନୁପସ୍ଥିତ ଓ ୪୭ ଜଣ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ହୋଇଥିବା ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here