ସାନଖେମୁଣ୍ଡିର ବିଶିଷ୍ଟ କଂଗ୍ରେସ ନେତା ଅରବିନ୍ଦ ନାହାକ ଜିଲ୍ଲା କଂଗ୍ରେସ ସମ୍ପାଦକ ନିଯୁକ୍ତ ।

0
339

ବ୍ରହ୍ମପୁର , ୦୪/୦୮/୨୦୨୧ : ରାଜ୍ୟ କଂଗ୍ରେସର ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀର ରୂପରେଖ ଚୂଡାନ୍ତ ହୋଇଅଛି । ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ସୁପାରିଶ କ୍ରମେ ଜିଲ୍ଲା କଂଗ୍ରେସ ସଂଗଠନ ପୁନର୍ଗଠନ ହୋଇଥିବା ବେଳେ ଅଭିଜ୍ଞ , ଦାୟିତ୍ଵ ସମ୍ପନ୍ନ ତଥା ସାଂଗଠନିକ ଦକ୍ଷତା ଭିତ୍ତିରେ ରୂପରେଖ ଚୂଡାନ୍ତ ହୋଇଥିବା ଜଣାଯାଇଛି । ଏହି କ୍ରମରେ ସାନଖେମୁଣ୍ଡି ବ୍ଲକର ପୁରୁଖା କଂଗ୍ରେସ ବ୍ୟକ୍ତିତ୍ଵ ଶ୍ରୀ ଅରବିନ୍ଦ ନାହାକଙ୍କୁ ଜିଲ୍ଲା କଂଗ୍ରେସ ସମ୍ପାଦକ ପଦରେ ନିଯୁକ୍ତି ମିଳିଥିବାରୁ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ ଓ ସଂଗଠକ ଉତ୍ସାହିତ ଥିବା ଜଣାଯାଇଛି । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତରୁ ନିଜ ପୂର୍ବଜଙ୍କ ସମୟରୁ କଂଗ୍ରେସ ଦଳରେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଅରବିନ୍ଦ ବ୍ଲକ ରାଜନୀତିରେ ଗୋଟି ଚାଳନାରେ ସିଦ୍ଧହସ୍ତ ଥିବା ସହ ବିଭିନ୍ନ ସମୟରେ ନିଜ ପରିବାରରୁ ସରପଞ୍ଚ , ସମିତି ସଭ୍ୟ ସହ ବ୍ଲକ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଛନ୍ତି । ଏତଦ୍ ବ୍ୟତୀତ ସ୍ଥାନୀୟ ସମବାୟ ଅନୁଷ୍ଠାନ ନିର୍ବାଚନରେ ଦୀର୍ଘଦିନର ଅଭିଜ୍ଞତା ରଖିଥିବା ସହିତ ଉତ୍କଳ ଆଳୀୟ ଖଣ୍ଡାୟତ ମହାସଭାର ସକ୍ରିୟ କର୍ମକର୍ତ୍ତା ଅଛନ୍ତି । ଏହି ଅବସରରେ ସେ ଜିଲ୍ଲା କଂଗ୍ରେସର ସମ୍ପାଦକ ପଦବୀରେ ମନୋନୀତ ହୋଇଥିବାରୁ ସ୍ଥାନୀୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ସାଧୁବାଦ ଜଣାଇବା ସହିତ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଏବଂ ରାଜ୍ୟ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here