ନାବାର୍ଡ ପକ୍ଷରୁ ବ୍ରହ୍ମପୁର ବୁଣାକାର ମାନଙ୍କୁ ନେଇ ଜାତୀୟ ହସ୍ତତନ୍ତ ଦିବସ ପାଳିତ ।

0
133

ବ୍ରହ୍ମପୁର, ୧୨/୦୮/୨୦୨୧: “ହସ୍ତତନ୍ତ ସେ ଆତ୍ମନିର୍ଭରତା ” କୁ ପାଥେୟ କରି ନାବାର୍ଡ ପକ୍ଷରୁ ଗତକାଲି ୧୧ ତାରିଖ ଦିନ ସପ୍ତମ ଜାତୀୟ ହସ୍ତତନ୍ତ ଦିବସ ଆଭାସି ମାଧ୍ୟମରେ ପାଳିତ ହୋଇଯାଇଛି। ଅଭାସି ମାଧ୍ୟମରେ ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲା ସହ ଅନଲାଇନରେ ଯୋଡ଼ା ଯାଇଥିଲା। ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ ଏବଂ ବୟନ ଶିଳ୍ପର କମିଶନର ଓ ସଚିବ ଶ୍ରୀମତୀ ସୁଭା ଶର୍ମା, ଆଇଏସ ମୁଖ୍ୟ ଅଥିତି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାବାର୍ଡର ମୁଖ୍ୟମହାପ୍ରବନ୍ଧକ ଶ୍ରୀ ଉଦୟ ଭାସ୍କର, ଶ୍ରୀ ଜ୍ୟୋତି ପ୍ରକାଶ ଦାଶ, ଆଇଏସ, ନିର୍ଦ୍ଦେଶକ ହସ୍ତ ତନ୍ତ ଏବଂ ବୟନ ଶିଳ୍ପ ବିଭାଗ ଏବଂ ବୟନିକା,ଶ୍ରୀ ଏସ .କେ. ହୋତା, ଅତିରିକ୍ତ ନିର୍ଦ୍ଦେଶକ, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ,ଶ୍ରୀ ଏସ. କେ. ମହାନ୍ତି, ନିର୍ଦ୍ଦେଶକ, ଖଦୀ ଏବଂ ଗ୍ରାମ୍ୟଦ୍ୟୋଗ ଶିଳ୍ପ ବିଭାଗ, ଶ୍ରୀ ଶୋଭନ କୁମାର ସାହୁ, ଆଇ ଆର ଏସ ନିର୍ଦ୍ଦେଶକ,ନିଫ୍ଟ୍ ,ଭୁବନେଶ୍ୱର ଓ ଶ୍ରୀ ଅରୁପାନନ୍ଦ ଜେନା, ଆବାହକ, ରାଜ୍ୟ ସ୍ତରୀୟ ବ୍ୟାଙ୍କରସ କମିଟି ପ୍ରମୁଖ ଯୋଗ ଦେଇଥିଲା ବେଳେ ବିଭିନ୍ନ ଜିଲ୍ଲାର ଟେକ୍ସଟାଇଲ ଓ ହାଣ୍ଡଲୁମ ବିଭାଗର ନୋଡାଲ ଅଧିକାରୀମାନେ, ନାବାର୍ଡର ଜିଲ୍ଲା ମହା ପ୍ରଭନ୍ଧକ୍ ମାନେ, ହାଣ୍ଡଲୁମ ଉତ୍ପାଦକ ସଂଘ ମାନେ, ବୁଣାକାରମାନେ, ବେପାରୀ, ରପ୍ତାନିକାରି ଏବଂ ନାବାର୍ଡ ର ଅନ୍ୟ ଅଂଶ ଧାରି ମାନେ ସମସ୍ତେ ଆଭସି ଦ୍ଵାରା ଏହି କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହି କ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଗଣେଶ ନଗରସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଭାସି ଉତ୍ସବରେ ଡେପୁଟି ଡାଇରେକ୍ଟର ଟେକ୍ସଟାଇଲ ଶ୍ରୀମତୀ ଗୋଲାପୀ ମୁର୍ମୁ, ଲିଡ ଦିଷ୍ଟ୍ରିକ୍ଟ ମ୍ୟାନେଜର ଶ୍ରୀ ଅଶୋକ ପଣ୍ଡା ଏବଂ ନାବାର୍ଡର ଜିଲ୍ଲା ପ୍ରବନ୍ଧକ ଡକ୍ଟର ସଞ୍ଜୀବ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ବେସରକାରୀ ସଂଗଠନ ଆଦର୍ଶ ଦ୍ଵାରା ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁରରେ କାର୍ଯ୍ୟରତ ଥିବା ସିଲ୍କ ବୁଣାକାରମାନଙ୍କ ତିନୋଟି ସୋଷାଇଟିରୁ ୩୦ ଜଣ ବୁଣାକାର ଅଂଶଗ୍ରହଣ କରିଥିଲେ। ସେହିଭଳି ୧୬ ଟି ଜିଲ୍ଲାରୁ ୫୦୦ ବୁଣାକାର ଏହି ଆଭାସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନାବାର୍ଡର ମୁଖ୍ୟ ମହା ପ୍ରବନ୍ଧକ ସି . ଉଦୟ ଭାସ୍କର ଅଣ କୃଷି ସେକ୍ଟର ଗୁଡିକ ସହ ଜଡ଼ିତ ଲୋକମାନଙ୍କ ଉନ୍ନତି ଏବଂ ବିକାଶ ନିମନ୍ତେ ନାବାର୍ଡ ଦ୍ଵାରା ଦିଆଯାଉଥିବା ସହାୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here