ବାଲିପଦର କଲେଜ କର୍ମଚାରୀଙ୍କ ଅକାଳ ବିୟୋଗ

0
238

ବୁଗୁଡ଼ା,୧୩/୦୮/୨୦୨୧ : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଞ୍ଜନ ନାୟକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଅଗଷ୍ଟ ୧୨ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି । ୧୯୯୩ ମସିହାରେ ପରିଚାଳନା ପରିଷଦ ଦ୍ବାରା ନିଯୁକ୍ତି ପାଇ ଦୀର୍ଘ ୨୭ବର୍ଷ ପରେ ବ୍ଳକ୍ ଗ୍ରାଣ୍ଡ ମାଧ୍ୟମରେ ସରକାରୀ ଅନୁଦାନ ପାଇଥିବା ସ୍ବର୍ଗତ ଶ୍ରୀ ନାୟକ ୫୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ସ୍ବର୍ଗତ ନିରଞ୍ଜନ ନାୟକଙ୍କ ବିୟୋଗରେ ଅଗଷ୍ଟ ୧୩ ତାରିଖ ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା। ଏହି ଶୋକ ସଭାରେ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାସ, ବିଭୁତି ଭୁଷଣ ବେବର୍ତ୍ତା, ଶିଶିର କୁମାର ନାୟକ, ଡଃ ଦିଲ୍ଲୀପ କୁମାର ପ୍ରଧାନ, କିଶୋର ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ଦାମୋଦର ଦାଶ, ଅଧ୍ୟାପିକା ସ୍ମିତା ରାଣୀ ସାହୁ, ସୁଜାତା କୁମାରୀ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ଜ୍ଞାନ ଚାନ୍ଦ ଗୈାଡ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସିମାଞ୍ଚଳ ଦାସ, ସନ୍ତୋଷ କୁମାର ପରିଡ଼ା, ରମାକାନ୍ତ ରାଉତ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ସ୍ବର୍ଗତ ଶ୍ରୀ ନାୟକଙ୍କ ଗୁଣଗାନ କରିଥିଲେ।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here