*+୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ* *ଦକ୍ଷିଣାଞ୍ଚଳ : କଳାରେ ୮୫.୬୫ ଶତାଂଶ,* *ଧନ୍ଦାମୂଳକ ଶିକ୍ଷାରେ ୮୦.୪୩ ଶତାଂଶ କୃତକାର୍ଯ୍ୟ*

0
311

ବ୍ରହ୍ମପୁର, ୧୪/୦୮/୨୦୨୧ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ଆନୁଷ୍ଠାନିକ ଭାବେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳାଫଳ ବିକଳ୍ପ ମୂଲ୍ୟାୟନ ଆଧାରରେ ପ୍ରକାଶ କରାଯାଇଛି l ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୁସ୍ତିକା ଅନାବରଣ ପୂର୍ବକ ଫଳାଫଳ ଘୋଷଣା କରିଥିଲେ ।ଏହି ଅବସରରେ ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସାହୁ, ଉପାଧ୍ୟକ୍ଷ ଡ. ତୁଷାରକାନ୍ତି ତ୍ରିପାଠୀ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ପ୍ରମୁଖ ଫଳାଫଳ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ lଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ସ୍ରୋତରେ ୮୫.୬୫ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୮୦.୪୩ ପ୍ରତିଶତ ଫଳାଫଳ ହୋଇଛି l ଦକ୍ଷିଣାଞ୍ଚଳରେ କଳା ସ୍ରୋତରେ ମୋଟ ୪୪ ହଜାର ୧୩୮ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ତନ୍ମଧ୍ୟରୁ ୩୮ ହଜାର ୬୬୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l କଳାରେ ଫଳାଫଳ ୮୫.୬୫ ପ୍ରତିଶତ ରହିଛି l ପ୍ରଥମ ଶ୍ରେଣୀରେ ୩୬୦୫ ଜଣ, ଦ୍ଵିତୀୟ ଶ୍ରେଣୀରେ ୭୬୧୫ ଜଣ, ତୃତୀୟ ଶ୍ରେଣୀରେ ୨୭ ହଜାର ୪୧୨ ଜଣ ଓ କମ୍ପାର୍ଟମେଣ୍ଟରେ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୧୩୩୧ ଜଣ ପରୀକ୍ଷାର୍ଥୀଙ୍କ ଫଳାଫଳ ବିଭିନ୍ନ କାରଣରୁ ସ୍ଥଗିତ ରହିଛି l ସେହିପରି ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଦକ୍ଷିଣାଞ୍ଚଳରେ ମୋଟ ୮୦୧ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୬୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଧନ୍ଦାମୂଳକ ଶିକ୍ଷା ଫଳାଫଳ ୮୦.୪୩ ପ୍ରତିଶତ ହୋଇଛି l ପ୍ରଥମ ଶ୍ରେଣୀରେ ୮୩ ଜଣ, ଦ୍ଵିତୀୟ ଶ୍ରେଣୀରେ ୧୮୩ ଜଣ, ତୃତୀୟ ଶ୍ରେଣୀରେ ୩୬୫ ଜଣ ଓ କମ୍ପାର୍ଟମେଣ୍ଟରେ ୧୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୩0 ଜଣଙ୍କ ଫଳାଫଳ ସ୍ଥଗିତ ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି lଗଞ୍ଜାମ ଜିଲ୍ଲାରେ କଳାରେ ଫର୍ମପୂରଣ କରିଥିବା ୧୮ ହଜାର ୨୦୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬ ହଜାର ୯୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି l ଫଳାଫଳ ୯୨.୯୦ ଶତାଂଶ ହୋଇଥିବା ବେଳେ ୨୦୦୨ ଜଣ ପ୍ରଥମ, ୩୯୫୩ ଜଣ ଦ୍ଵିତୀୟ, ୧୦ ହଜାର ୯୩୪ ଜଣ ତୃତୀୟ ଶ୍ରେଣୀରେ ଓ ୨୨ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଉଛନ୍ତି l ଗଞ୍ଜାମ ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ମୋଟ ୨୭୦ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୪୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୮.୮୮ ଶତାଂଶ ହୋଇଥିବା ବେଳେ ୨୨ ଜଣ ପ୍ରଥମ, ୫୩ ଜଣ ଦ୍ଵିତୀୟ, ୧୬୪ ଜଣ ତୃତୀୟ ଶ୍ରେଣୀରେ ଓ ଜଣେ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୪୦୨ ଜଣ ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଛି lଗଜପତି ଜିଲ୍ଲାରେ କଳା ସ୍ରୋତରେ ମୋଟ ୩0୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୨୫୬୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୪.୬୧ ପ୍ରତିଶତ ରହିଛି l ୧୩୫ ଜଣ ପ୍ରଥମ, ୩୮୫ ଜଣ ଦ୍ଵିତୀୟ, ୨୦୩୭ ଜଣ ତୃତୀୟ ଶ୍ରେଣୀରେ ଓ ୫ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ୬୫ ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଗଜପତି ଜିଲ୍ଲାରେ ମୋଟ ୧୨୮ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ତନ୍ମଧ୍ୟରୁ ୯୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୭୫.୭୮ ପ୍ରତିଶତ ହୋଇଛି l ୧୯ ଜଣ ପ୍ରଥମ, ୩୭ ଜଣ ଦ୍ଵିତୀୟ, ୩୭ ଜଣ ତୃତୀୟ ଶ୍ରେଣୀରେ ଓ ୪ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୩ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି ।କୋରାପୁଟ ଜିଲ୍ଲାରେ କଳା ସ୍ରୋତରେ ମୋଟ ୫୧୮୧ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୪୨୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି l ଫଳାଫଳ ୮୧.୨୩ ପ୍ରତିଶତ ରହିଛି l ୨୬୫ ଜଣ ପ୍ରଥମ, ୫୪୨ ଜଣ ଦ୍ଵିତୀୟ, ୩୪୦୧ ଜଣ ତୃତୀୟ ଶ୍ରେଣୀରେ ଓ ଜଣେ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୨0୭ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ମୋଟ ୧୨୮ ଜଣ ଫର୍ମପୂରଣ କରିଥିବା ବେଳେ ୮୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୬୪.୮୪ ଶତାଂଶ ହୋଇଛି l ୬ ଜଣ ପ୍ରଥମ, ୨୮ ଜଣ ଦ୍ଵିତୀୟ, ୪୭ ଜଣ ତୃତୀୟ ଶ୍ରେଣୀରେ ଓ ୨ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୭ ଜଣଙ୍କ ଫଳାଫଳ ସ୍ଥଗିତ ରହିଥିବା ଡ. ଓଝା ପ୍ରକାଶ କରିଛନ୍ତି lମାଲକାନଗିରି ଜିଲ୍ଲାରେ କଳା ସ୍ରୋତରେ ମୋଟ ୨୩୮୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ତନ୍ମଧ୍ୟରୁ ୨୦୨୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୪.୮୪ ଶତାଂଶ ହୋଇଥିବା ବେଳେ ୪୨ ଜଣ ପ୍ରଥମ, ୧୬୧ ଜଣ ଦ୍ଵିତୀୟ, ୧୮୧୬ ଜଣ ତୃତୀୟ ଶ୍ରେଣୀ ଓ ୨ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୧୩୪ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଏହି ଜିଲ୍ଲାରେ କେହି ପରୀକ୍ଷାର୍ଥୀ ନ ଥିଲେ ।ନବରଙ୍ଗପୁର ଜିଲ୍ଲାରେ କଳା ସ୍ରୋତରେ ମୋଟ ୪୧୯୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୦.୯୧ ପ୍ରତିଶତ ରହିଥିବା ବେଳେ ୪୭୬ ଜଣ ପ୍ରଥମ, ୯୪୨ ଜଣ ଦ୍ଵିତୀୟ, ୧୯୭୨ ଜଣ ତୃତୀୟ ଶ୍ରେଣୀ ଓ ଜଣେ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୧୨୨ ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ କୌଣସି ପରୀକ୍ଷାର୍ଥୀ ଫର୍ମପୂରଣ କରି ନଥିଲେ l
ରାୟଗଡ଼ା ଜିଲ୍ଲାରେ କଳା ସ୍ରୋତରେ ଫର୍ମପୂରଣ କରିଥିବା ମୋଟ ୩୫୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୯୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୩.୩୮ ପ୍ରତିଶତ ରହିଥିବା ବେଳେ ୧୨୧ ଜଣ ପ୍ରଥମ, ୪୦୩ ଜଣ ଦ୍ଵିତୀୟ, ୨୪୨୮ ଜଣ ତୃତୀୟ ଶ୍ରେଣୀ କୃତକାର୍ଯ୍ୟ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ପାଶ୍ କରି ନାହାନ୍ତି l ୧୩୨ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ମୋଟ ୭୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୫.୩ ପ୍ରତିଶତ ରହିଥିବା ବେଳେ ୪ ଜଣ ପ୍ରଥମ, ୨୫ ଜଣ ଦ୍ଵିତୀୟ, ୩୧ ଜଣ ତୃତୀୟ ଶ୍ରେଣୀ ଓ ୪ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି lବୌଦ୍ଧ ଜିଲ୍ଲାରେ କଳା ସ୍ରୋତରେ ଫର୍ମପୂରଣ କରିଥିବା ମୋଟ ୨୫୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୮୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୯୩.୫୯ ପ୍ରତିଶତ ରହିଥିବା ବେଳେ ୩୧0 ଜଣ ପ୍ରଥମ, ୫୮୩ ଜଣ ଦ୍ଵିତୀୟ, ୧୪୮୬ ଜଣ ତୃତୀୟ ଶ୍ରେଣୀ ଓ ଜଣେ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୫୧ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ମୋଟ ୬୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୧.୫୩ ଶତାଂଶ ହୋଇଛି l ୧୮ ଜଣ ପ୍ରଥମ, ୧୧ ଜଣ ଦ୍ଵିତୀୟ, –
୨୧ ଜଣ ତୃତୀୟ ଓ ୩ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି lକନ୍ଧମାଳ ଜିଲ୍ଲାରେ କଳା ସ୍ରୋତରେ ଫର୍ମପୂରଣ କରିଥିବା ମୋଟ ୫୦୬୦ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୨୩୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୩.୭୫ ପ୍ରତିଶତ ରହିଥିବା ବେଳେ ୨୫୪ ଜଣ ପ୍ରଥମ, ୬୪୬ ଜଣ ଦ୍ଵିତୀୟ, ୩୩୩୮ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ନାହାନ୍ତି l ବିଭିନ୍ନ କାରଣରୁ ୨୧୮ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ମୋଟ ୧୩୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ଫଳାଫଳ ୮୬.୨୫ ପ୍ରତିଶତ ରହିଥିବା ବେଳେ ୧୪ ଜଣ ପ୍ରଥମ, ୨୯ ଜଣ ଦ୍ଵିତୀୟ, ୬୫ ଜଣ ତୃତୀୟ ଶ୍ରେଣୀ ଓ ୫ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ବେଳେ ୫ ଜଣଙ୍କ ଫଳାଫଳ ସ୍ଥଗିତ ରହିଛି lଉଭୟ କଳା ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଯେଉଁ ପରୀକ୍ଷାର୍ଥୀମାନେ ପାଇଥିବା ପ୍ରାପ୍ତlଙ୍କ ଓ ଫଳାଫଳରେ ସନ୍ତୁଷ୍ଟ ନ ଥିବେ, ସେମାନେ ପରୀକ୍ଷା ପାଇଁ ଆବଶ୍ୟକ ଅନ୍ ଲାଇନ୍ ସମ୍ମତିପତ୍ର ଦାଖଲ କରି ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ l ଯେଉଁମାନଙ୍କ ଫଳାଫଳରେ କୌଣସି ବୈଷୟିକ କିମ୍ବା ଗାଣିତିକ ତ୍ରୁଟି ଥିବ, ସେମାନେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜରିଆରେ ପରୀକ୍ଷା ନିୟନ୍ତ୍ରକଙ୍କୁ ଲିଖିତ ଆକାରରେ ଜଣାଇପାରିବେ ବୋଲି ଉପସଚିବ ଡ. ଓଝା ଉଲ୍ଲେଖ କରିଛନ୍ତି l

LEAVE A REPLY

Please enter your comment!
Please enter your name here