ଅଗଷ୍ଟ ୨୦ ତାରିଖରୁ ବାଘୁଆ କେନାଲରେ ଛଡ଼ାଯିବ ପାଣି

0
147

ବୁଗୁଡା, ୧୯/୦୮/୨୦୨୧: ବୁଗୁଡା ନିକଟସ୍ଥ ବାଘୁଆ ଜଳଭଣ୍ଡାର ରୁ ଅଗଷ୍ଟ ୨୦ ତାରିଖ ଠାରୁ ପୁଣି କେନାଲରେ ପାଣି ଛଡ଼ାଯିବ ବୋଲି ବାଘୁଆ ଜଳଭଣ୍ଡାର ସହ ନିର୍ବାହୀ ଯନ୍ତ୍ରୀ ଇଂ.ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି। ଗତ ଜୁଲାଇ ୨୨ ତାରିଖ ଦିନ ଖରିଫ ଧାନ ଚାଷ ପାଇଁ ବାଘୁଆ କେନାଲରେ ପାଣି ଛଡ଼ାଯାଇଥିଲେ ମଧ୍ୟ ଅଳ୍ପ ପାଣି ଗଚ୍ଛିତ ଥିବା ଯୋଗୁଁ ଜୁଲାଇ ୩୦ ତାରିଖରେ ଜଳଭଣ୍ଡାରରେ ସମସ୍ତ ଜଳ ଶେଷ ହୋଇ କେନାଲରେ ପାଣି ଯିବା ଆପେଆପେ ବନ୍ଦ ହୋଇ ଯାଇଥିଲା। ଏହି ୨୦ ଦିନ ମଧ୍ୟରେ ସାମାନ୍ୟ ବର୍ଷା ଯୋଗୁଁ ଜଳ ଭଣ୍ଡାରରେ ବର୍ତ୍ତମାନ ୨୧୪ ହେକ୍ଟମିଟର ଜଳ ଗଚ୍ଛିତ ରହିଅଛି, ଯାହାକି ଜଳଭଣ୍ଡାର ମୋଟ ଜଳ ଧାରଣ କ୍ଷମତାର ମାତ୍ର ୭ ପ୍ରତିଶତ ଅଟେ। ବର୍ତ୍ତମାନ ଖରିଫ ଧାନ ଚାଷର ପରିସ୍ଥିତି ଓ ଚାଷୀଙ୍କ ଦାବୀ ଯୋଗୁଁ ପୁନର୍ବାର ଅଗଷ୍ଟ ୨୦ ତାରିଖ ଠାରୁ ବାଘୁଆ କେନାଲରେ ପାଣି ଛଡ଼ାଗଲେ ଜଳ ଭଣ୍ଡାରର ପାଣି ଶେଷ ହେଲେ ବା ଅଧିକ ବର୍ଷା ହୋଇ କ୍ଷେତରେ ପାଣିହେଲେ ଜଳଭଣ୍ଡାରର କେନାଲରେ ପାଣି ଛାଡିବା ବନ୍ଦ କରାଯିବ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here