ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣରେ ଜୟନ୍ତିପୁର ପଞ୍ଚାୟତର ଦୁଇ ଦିନରେ ୧୦୨୭ ସାମିଲ

0
287

ପାତ୍ରପୁର , ୧୯/୦୮/୨୦୨୧: ରାଜ୍ୟସ୍ତରରେ କୋଭିଡ ଟିକାକରଣ ନେଇ ପ୍ରଶାସନିକ ସ୍ତରରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତିପୁର ଗ୍ରାମ ପଞ୍ଚାୟତରେ ଏହାର ପ୍ରଭାବ ପରିଲିକ୍ଷିତ ହୋଇଅଛି | ସ୍ଥିରୀକୃତ କାର୍ଯ୍ୟକ୍ରମ ପ୍ରକାରେ ପଞ୍ଚାୟତବାସୀ ଗତ ମଙ୍ଗଳବାର ଓ ବୁଧବାର ଦିନ ଧାର୍ଯ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣରେ ଭାଗ ନେଇଥିବା ଜଣାପଡିଛି। ଏହି ଦ୍ଵିତୀୟ ଟିକାକରଣ କାର୍ଯ୍ୟକ୍ରମ ଜୟନ୍ତୀପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡି ଇ ଓ ମିଥୁନ ମହାରଣା, ଏସ୍. ଗଙ୍ଗାଧର ଓ ଭେକ୍ସିନେଟର କବିତା ପ୍ରଧାନ,ସୁରୁଚି ପ୍ରଧାନଙ୍କ ଦ୍ଵାରା ପ୍ରାୟ ମଙ୍ଗଳବାର ଦିନ ୫୨୬ ଓ ବୁଧବାର ଦିନ ୫୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକା ପ୍ରଦାନ କରାଯାଇଥିଲା। ଜୟନ୍ତୀପୁର ଗ୍ରାମ ପଞ୍ଚାୟତ ତରଫରୁ ସମାଜସେବୀ ଜେ. ଧାର୍ମା ରେଡ୍ଡୀ, ଧାର୍ମା ସେଠୀ,ରାଙ୍ଗା ରେଡ୍ଡୀ ଓ ଜଗଦୀଶ ରେଡ୍ଡୀଙ୍କ ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣେଶ ସବର, ମହିଳା ସ୍ଵାସ୍ଥ୍ୟ କର୍ମୀ, ବହୁମୁଖି ପୁରୁଷ ସ୍ଵାସ୍ଥ୍ୟ ପରିଦର୍ଶକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ସ୍ଥାନୀୟ ଯୁବକ ଏହି ଟିକାଦାନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିନା କରିବାରେ ସହଯୋଗ କରିଥିଲେ।

ରିପୋର୍ଟ – ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here