ଗୋଳନ୍ଥରା,୨୦/୦୮/୨୦୨୧: ଗଞ୍ଜାମ ଜିଲାର ଚିକିଟି ବ୍ଲକ ସମୁଦ୍ର ଉପକୂଳ ସାମୁଦ୍ରିକ ଥାନା ସୁନାପୁର ଗ୍ରାମରେ କଙ୍ଗାରୁ କୋର୍ଟ ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଜଣେ ୬୫ ବର୍ଷର ବୃଦ୍ଧ । ଗୁଣିଆ ସନ୍ଦେହରେ ଗତକାଲି ଦିନ ୧୨ଟା ବେଳେ ଗାଁ ମଝି ଦାଣ୍ଡରେ ଠେଙ୍ଗା ବାଡ଼ିଧରି ବୃଦ୍ଧ ଙ୍କୁ ଚେୟାର ବସାଇ ହୋଇଛି ମରଣାନ୍ତକ ଆକ୍ରମଣ । ଗ୍ରାମର କିଛି ଲୋକ ରୁଣ୍ଡ ହୋଇ ସଙ୍ଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ନାମ ହରି ବେହେରା (୬୫ )।ସେ ଗ୍ରାମର ଗାଁ ପାଇକ ଭାବେ କାମ କରୁଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ସେ ମରଣ ସହିତ ସଂଗ୍ରାମ କରୁଛନ୍ତି ବୋଲି ବିଶ୍ବସ୍ତ ଠାରୁ ଜଣାପଡିଛି।ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ପରିବାର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମ ମୁଣ୍ଡରେ ସାମୁଦ୍ରିକ ଥାନା ଥିବା ବେଳେ ଗ୍ରାମରେ ହିଟଲର ଶାସନ କୁ ତୀବ୍ର ସମାଲୋଚନା କରାଯାଇଛି । ଏନେଇ ପୋଲିସ ପାଖରେ କୌଣସି ଖବର ନଥିବା ଓ କୌଣସୀ ଅଭିଯୋଗ ନଥିବା ପୋଲିସ କହିଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ସୁନାପୁର ଗ୍ରାମରେ ଲୋକେ ଛକା ପଞ୍ଝାରେ ଅଛନ୍ତି।ଆଗକୁ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ।