ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ତରଫରୁ ବୃକ୍ଷ ରୋପଣ ସହ ଆଲୋଚନା ଚକ୍ର ଅନୁଷ୍ଠିତ

0
344

ବ୍ରହ୍ମପୁର,୨୦/୦୮/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଂଚାୟତ ର ଲୁହାକୋଟ ଗ୍ରାମ ରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡା ଙ୍କ ଅଧକ୍ଷତା ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଏକ ଆଲୋଚନା ଚକ୍ର ଲୁହାକୋଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗ୍ରାମର ଲୋକ ମାନେ ଉପସ୍ଥିତ ରହି ଗ୍ରାମର ଚାରିପାଖ ବୃକ୍ଷ ରୋପଣ କରିସାରିବା ପରେ ଆଲୋଚନା ରେ ଜମି ପଟା ନ ହେବା ଆବାସ ଯୋଜନା ରୁ ବଞ୍ଚିତ ହେବା, ଗ୍ରୁଫ ଲୋନ୍ ର ସମସ୍ୟା, ବିଧବା ଭତ୍ତା ,ବାର୍ଦ୍ଧ୍ୟକ ଭତ୍ତା ଭଳି ଅନେକ ଅଭିଯୋଗ ନେଇ ନିଜ ନିଜ ମନ୍ତବ୍ୟ ରଖିଥିଲେ ଗ୍ରାମବାସୀ l ଏଇ ଅଭିଯୋଗ ଶୁଣିବା ପରେ ଜିଲ୍ଲା ସଭାପତି ସାଇ ପ୍ରସାଦ କହିଥିଲେ କି ସମସ୍ତଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ମାନେ ତୁମସହ ଅଛୁ ସେଇଭଳି ବୁଗୁଡ଼ା ବ୍ଲକ ମହିଳା ସଭାପତି ମଧ୍ୟ କହିଥିଲେ ସମସ୍ତ ଙ୍କୁ ଯେଉଁ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ଆମେ ତୁମସହ ଏଇ ସଂଗ୍ରାମ ରେ ଜଡିତ ହୋଇ ରହିବୁ l ଏଇ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରଦିପ କୁମାର ନାୟକ, ବୁଗୁଡ଼ା ଏନ ଏ ସି ସଭାପତି ସମୀର କୁମାର ସାମନ୍ତରାୟ,ମାନବ ଅଧିକାର କର୍ମୀ ବୀଣାପାଣି ପାଣିଗ୍ରାହୀ, ଆଶା ରାଣୀ ସେଠି, ବନିତା ସ୍ୱାଇଁ, ଆକାଶ ଜେନା, ସମାଜସେବୀ କେଦାରଶ୍ୱର ସାହୁ ଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here