ଅବକାରୀ ଚଢ଼ାଉ, ୭୦୭ ଲିଟର ମଦ ଜବତ, ୧୦ ଗିରଫ ।

0
157

ବ୍ରହ୍ମପୁର, ୨୬/୦୮/୨୦୨୧: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ ଓ ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ବୃନ୍ଦ ଅଗଷ୍ଟ ୨୬ ତାରିଖ ଦିନ ଆସିକା ଅବକାରୀ ରେଞ୍ଜ ଅନ୍ତର୍ଗତ ସନ୍ତୋଷି ମା ଏରଗୋଲା କ୍ୟାମ୍ପ, କରତଳି ଏରଗୋଲା କ୍ୟାମ୍ପ, ଆଇବି ଏରଗୋଲା କ୍ୟାମ୍ପ ଓ ପାକଲାପଲ୍ଲୀ ଏରଗୋଲା କ୍ୟାମ୍ପ ଗ୍ରାମରେ ଚଢ଼ାଉ କରି ୭୦୭ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୭ ଜଣ ମହିଳା ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୭୧୨୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରିବା ସହ ବିଭିନ୍ନ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି। ଏନେଇ ୧୧ ଟି ମାମଲା ରୁଜୁ ହେବା ସହ ଗିରଫ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଆସିକା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି ଓ କର୍ମଚାରୀ ବୃନ୍ଦ ଏବଂ ଭ୍ରାମ୍ୟମାଣ ଅବକାରୀ ଏସ.ଆଇ. ଦୁର୍ଯ୍ୟୋଧନ ଦିଗାଲ ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here