ବର୍ଷା ଅଭାବରୁ ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ପାଣିପାଇଁ ଦୁଇଜଣ ଙ୍କ ଜୀବନ ଗଲା।

0
442

ଗୋଳନ୍ଥରା,୨୬/୦୮/୨୦୨୧:ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲକୁ ପାଣି ଛାଡିବାକୁ ଯାଇ ଦୁଇ ଜଣଙ୍କ ଜୀବନ ଯାଇଛି। ଦୁଇ ଜଣ ଯାକ ଭାଗଚାଷୀ। ଗୋଳନ୍ଥରା ଗାଁର ହନୁମାନ ମଠସାହିର ଦୁଇଜଣଙ୍କ ମଧ୍ୟରୁ ରାଜୁ ଗୌଡ (୩୫)
ସନାତନ ଜେନା (୫୫) ଘଟଣା ସମ୍ପର୍କରେ ଜଣା ପଡିଛି ଦୁଇଜଣ ଯାକ ଗତ ରାତିରେ ୮ଟା ବେଳେ
ଘରୁ ବାହାରି ଦେଉଳଘାଇ ନିକଟକୁ ଯାଇ ପାଣି ସ୍ରୋତକୁ ବିଲକୁ ଛାଡ଼ି ପୁଣି ରାସ୍ତାରେ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଅନୁମାନ କରାଯାଉଛି ବାରହା ଶିକାର ପାଇଁ ବିଦ୍ୟୁତ୍ ତାର
ବିଛାଇ ଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ
ବିଦ୍ୟୁତ ତାର ନଥିବା ବେଳେ ସନ୍ଧେହ ଘେରରେ ପୁଲିସ। ହତ୍ୟା ନା ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ବରଣ କରିଛନ୍ତି ବୋଲି ଗ୍ରାମବାସୀ ସନ୍ଧେହ କରୁଛନ୍ତି। ରାତ୍ରସାରା ଦିନତିନିଟା ପର୍ଯ୍ୟନ୍ତ ଖୋଜାଖୋଜି ପରେ ତିନିଟା ବେଳେ ପଢ଼ିଆଭଙ୍ଗା ନାଳ ନିକଟରୁ ଠାବ କରି ଥିଲେ ଗ୍ରାମବାସୀ। ପାରିପାଶ୍ଵିକ ଅବସ୍ଥାରୁ ଜଣା ପଡ଼ିଛି ଦୁଇଜଣ ଯାକ ଲଦାଲଦି ହୋଇ ପଡିଥିବା ବେଳେ ନାକ କାନରୁ ରକ୍ତ ବାହାରୁଥିବା ମୁଁହମାଡି ସନାତନ ଜେନା ପଡ଼ିଥିବା ଜଣାପଡିଛି।ଅନ୍ୟ ପଟେ ମୃତ ଙ୍କ ଦେହରେ ପୋଡା ଅଂଶ ଥିବା ଯୋଗୁଁ ବିଦ୍ୟୁତ ତାର ପାଇଁ ଜୀବନ ହରାଇଥିବା ଜଣାପଡିଛି।
ପାଣି ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ରୂପେ ହତ୍ୟା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ଗୋଳନ୍ଥରା
ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।ଘଟଣା ସ୍ଥଳ ରୁ ଗୋଟିଏ ଟର୍ଚ୍ଚ, ଲୁହା ରଡ,ଲୁହା କୋଡି,ଗୋଟିଏ ରେଚ୍ଂ ମିଳିଥିବା ଜଣାଯାଇଛି। ଏହି ଦୁଃଖଦ ଘଟଣା କୁ ନେଇ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here