ତପ୍ତପାଣି ପାନ୍ଥନିବାସ ନିକଟରେ କାର ଅଟକାଇ ବନ୍ଧୁକ ମୁନରେ ଅପହରଣ ଓ ଲୁଟ୍ ଘଟଣାରେ ପୁଲିସକୁ ସଫଳତା । ନଗଦ ଟଙ୍କା , ବନ୍ଧୁକ , କାର ଓ ବାଇକ୍ ସହ ପାଞ୍ଚ ଆସାମୀକୁ ଧରି କୋର୍ଟ ଚାଲାଣ କଲା ପାଟପୁର ପୁଲିସ ।

0
363

ବ୍ରହ୍ମପୁର , ୨୭/୦୮/୨୦୨୧: ଗଂଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ଅନ୍ତର୍ଗତ ତପ୍ତପାଣି ପାନ୍ଥ ନିବାସ ନିକଟରେ ଗତ ତା -୨୪/୦୮ ରିଖ ରାତ୍ରୀ ସାଢେ଼ ଦୁଇଟାରେ ଦାମନଯୋଡିରୁ ନିଜ ଗ୍ରାମ କେ ନୂଆଗାଁ ଥାନା ଜଗମୋହନ ଗ୍ରାମକୁ ପରିବାର ସହ ଫେରୁଥିବା ଗୁରୁପ୍ରସାଦ ସାହୁଙ୍କ କାରକୁ ଅଟକାଇ ଚାରିଜଣ କଳାମୁଖାଧାରୀ ସୁଚିନ୍ତିତ ଉପାୟରେ ଅପହରଣ କରି ସେମାନଙ୍କ ଠାରୁ ଚାରିଗୋଟି ମୋବାଇଲ ସୁନା ଅଳଙ୍କାର ନଗଦ ଟଙ୍କା ଛଡ଼ାଇ ନେବା ସହିତ ତାଙ୍କ ଏ ଟି ଏମ୍ ବ୍ୟବହାର କରି ବିଭିନ୍ନ ପର୍ଯ୍ୟାୟରେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିଲେ । ବନ୍ଧୁକ ଭୟ ଦେଖାଇ ସେମାନଙ୍କୁ ବିଭିନ୍ନ ଜାଗାରେ ଲୁଚାଇ ରଖି ପରମୁହୂର୍ତ୍ତରେ ବ୍ରହ୍ମପୁର ନିକଟ ହଳଦିଆ ପଦର ନିକଟରେ ତାଙ୍କୁ ସୂପାରି ନେଇ ହତ୍ୟା କରାଯିବାର ଥିଲା କିନ୍ତୁ ଗର୍ଭବତୀ ସ୍ତ୍ରୀଙ୍କ ଅନୁନୟ ଯୋଗୁଁ ଛାଡ଼ିଦିଆଗଲା କହି ହଜାରେ ଟଙ୍କା ଧରାଇ ଅନ୍ୟ ଗାଡିରେ ନିଜ ରାସ୍ତା ଦେଖିଥିଲେ ।

ହତବାକ ଗୁରୁପ୍ରସାଦ ଏଥିନେଇ ପାଟପୁର ଥାନାରେ ଅହଞ୍ଚି ଥାନା ଅଧିକାରୀଙ୍କ ସହ ସାକ୍ଷାତ କରି ଘଟଣା ସମନ୍ଧରେ ଅବଗତ ପରେ ଏଫ୍ ଆଇ ଆର୍ ଦଖଲ କରିଥିଲେ । ଥାନା ପକ୍ଷରୁ ଏଥିନେଇ ଏକ ମାମଲା ନଂ ୨୬୭/୨୦୨୧ ରୁଜୁ କରି ତନାଘନା ଜାରି ରଖିଥିଲେ ।ଅଭିଯୋଗ ଆଧାରରେ ପ୍ରଥମେ ଜଣେ ସନ୍ଧିଗ୍ଧ , ପୁଣି ବ୍ରହ୍ମପୁର ଅଞ୍ଚଳରୁ ତିନିଜଣଙ୍କୁ ଉଠାଇଲା ପରେ ଅନୁସନ୍ଧାନ କରିବା ସହିତ ଅନ୍ୟ ଜଣଙ୍କୁ ମିଶାଇ ସର୍ବମୋଟ ପାଞ୍ଚ ଜଣଙ୍କୁ ଗିରଫ କରି ଏହି ମାମଲାରେ ସଫଳତା ପାଇଥିବା ନେଇ ଆଜି ପାଟପୁର ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ସହ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଆଜି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ପାଟପୁର ଥାନାରେ ପହଞ୍ଚି କେସ ଅନୁଧ୍ୟାନ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।
ସୂଚନା ପ୍ରକାରେ ଗିରଫ ଅଭିଯୁକ୍ତ ଭୋଲାସୀଙ୍ଗିର ଲକ୍ଷ୍ମୀକାନ୍ତ ସାହୁ ଓରଫ ଲକି , କୁମରଡ଼ା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ ଲିଟୁ , ଜଗମୋହନର ସାଗର ଗୌଡ , କେ ,ଚନ୍ଦ୍ର ସୁବୁଦ୍ଧି ସମସ୍ତ ଅଭିଯୁକ୍ତ କେ ନୂଆଗାଁ ଥାନା ଅଞ୍ଚଳର ହୋଇଥିବା ବେଳେ ବବଲୁ ପାଇକର ଘର ବ୍ରହ୍ମପୁର ଓ ଆର୍ ଟି କଲୋନୀ ହୋଇଥିବା ଜଣାଯାଇଅଛି । ଏମାନଙ୍କ ପାଖରୁ ପୋଲିସ ନଗଦ ଏକ ଲକ୍ଷ ଏକ ହଜାର ଟଙ୍କା ସହ ଗୋଟିଏ ବନ୍ଧୁକ , ଗୋଟିଏ ସୂଜୁକି ସ୍ଵିଫ୍ଟ ଡିଯାଇର କାର ଏବଂ ଗୋଟିଏ ହୋଣ୍ଡା ଆଭିଏଟର ସ୍କୁଟି ଜବତ କରିଥିବା ପୋଲିସ ସୂଚନା ପ୍ରଦାନ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ହାଜତକୁ ପଠାଯାଇଥିବା ବେଳେ ଜନୈକ ନାବାଳକ ଅଭିଯୁକ୍ତକୁ ଯୁଭେନାଇଲ କୋର୍ଟକୁ ହସ୍ତାନ୍ତର କରିଥିବା ଥାନା ପକ୍ଷରୁ ସୂଚିତ କରାଯାଇଅଛି । ଅନ୍ୟ ପକ୍ଷରେ ବ୍ୟସ୍ତ ବହୁଳ ୩୨୬ ନଂ ଜାତୀୟ ରାଜପଥରେ ରାତ୍ରୀକାଳୀନ ସମୟରେ ନିକାଞ୍ଚନ ଜାଗାରେ ଘଟିଥିବା ଏହି କଳା ମୁଖାଧାରୀଙ୍କ ଆତଙ୍କ , ଅପହରଣ ଓ ଲୁଟ୍ ଘଟଣାରେ ପୋଲିସର ତତ୍କାଳୀନ ଉପଯୋଗୀ ଅନୁସନ୍ଧାନରୁ ସମସ୍ତ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here