ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ରେ ଓକିଲ ସଂଘର ସତ୍ୟାଗ୍ରହ

0
284

ବ୍ରହ୍ମପୁର,୨୮/୦୮/୨୦୨୧: ବ୍ରହ୍ମପୁର ଠାରେ ସ୍ଥାୟୀ ବେଂଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଗଞ୍ଜାମ ଓକିଲ ସଂଘ ପରିସର ରେ ଚଳିତ ମାସର ଶେଷ ଚାରି ଦିନ ର ପ୍ରଥମ ଦିନର ଧାରଣାରେ ଓକିଲ ମାନଙ୍କ ସତ୍ୟାଗ୍ରହ ଜାରି ରହିଛି।ଆଜିର ଏହି ସତ୍ୟାଗ୍ରହରେ ଓକିଲ ମାନେ କୋର୍ଟ ର ମୁଖ୍ୟ ରାସ୍ତାକୁ ବହୁ ସମୟ ଧରି ବନ୍ଦ କରିବା ସହ ଧାରଣାରେ ବସିଥିଲେ।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି,ଉପ ସଭାପତି ଭାଗୀ ରାଓ,ସମ୍ପାଦକ ପ୍ରଦୀପ ବେହେରା,ସହ ସମ୍ପାଦକ ସୁଧୀର କୁମାର ପାତ୍ର ଙ୍କ ସମେତ ସଂଘର ବହୁ ବରିଷ୍ଠ ଓକିଲ ନିର୍ମଳ ସାହୁ,କୃଷ୍ଣ ଚନ୍ଦ୍ର ପଣ୍ଡା, ମୋହନ ସିଙ୍ଗାରି,ମନୋଜ ପଟ୍ଟନାୟକ,ସୁଦାମ ସାହୁ,ଅଶୋକ ଶୁକ୍ଳା, ସୁରେଶ ସାହୁ,କପିଳ ପଟ୍ଟନାୟକ,ଶିଶିର ପଣ୍ଡା,ଜଗନ୍ନାଥ ମିଶ୍ର,ତାପସ ସାହୁ,ସୁଧୀର ମିଶ୍ର,ନିରଞ୍ଜନ ନାୟକ,ସୁଶୀଲ ତ୍ରିପାଠୀ, ବୈଜନ୍ତିମାଳା ପାଢୀ,ରେଖା ସାହୁ,ମିନତୀ ରଥ,ଶର୍ମିଷ୍ଠା ପଣ୍ଡା,ଲାଲ ବାହାଦୂର ପଟ୍ଟନାୟକ, ମନୋଜ ପାଣିଗ୍ରାହୀ, ରମାନନ୍ଦ ଯାଦବ,ବସନ୍ତ ପଟ୍ଟନାୟକ, ସୂର୍ଯ୍ୟ ମହାପାତ୍ର ଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here