ବ୍ରହ୍ମପୁର,୨୮/୦୮/୨୦୨୧:ରେଳବାଇ,ଜାତୀୟ ରାଜପଥ, ବିମାନ ବନ୍ଦର, ବନ୍ଦର, କୋଇଲା ଖଣି ସମେତ ବହୁ ମୂଲ୍ୟବାନ ସମ୍ପଦ କୁ କେନ୍ଦ୍ର ସରକାର ବିକ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।କେବଳ ୬ ଲକ୍ଷ କୋଟି ଟଙ୍କାରେ ଦେଶର ସମ୍ପତ୍ତିକୁ ଆଦାନୀ ଓ ଆମ୍ବାନୀଭଳି କମ୍ପାନୀ ହାତରେ ଟେକିଦେବା ପାଇଁ ମୋଦି ସରକାର ଚକ୍ରାନ୍ତ କରିଛନ୍ତି।ଓଡ଼ିଶାର ଗୌରବ ପାରାଦ୍ୱୀପ ବନ୍ଦର ଓ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଏହି ବିକ୍ରି ତାଲିକାରେ ରହିଛି।କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦେଶ ବିରୋଧୀ ଓ ଜନ ବିରୋଧୀ।ତେଣୁ ଏହି ନୀତି ଅତି ଶୀଘ୍ର ପ୍ରତ୍ୟାହାର ଦାବି କରି ସିପିଏମ ପକ୍ଷରୁ କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଚିଟି ବାବୁ, ରଞ୍ଜନ ପାତ୍ର, ଅଶୋକ ଦାସ, କିଶୋର ମିଶ୍ର, ଗୋପାଳ ମହାନ୍ତି ଏବଂ ଯୁବ ନେତା ଅଜିତ ପାଣିଗ୍ରାହୀ ଓ ତ୍ରିଲୋଚନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।