ରମ୍ଭା, ୨୯/୦୮/୨୦୨୧: ଗତ ଶୁକ୍ରବାର ଦିନ ଦେବରାଜ ଆଚାର୍ଯ୍ୟ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦକ୍ଷିଣେଶ୍ୱର ମନ୍ଦିର ପରିସରରେ ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି।ଏଥିସହ ସ୍ବର୍ଗତ ଆଚାର୍ଯ୍ୟ ଙ୍କ ତୈଳ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ସ୍ମୁତି ଚାରଣ, ସଂକୀର୍ତ୍ତନ,୧୦୮ ବ୍ରାହ୍ମଣ ଭୋଜନ ସମେତ ସ୍ବର୍ଗତ ଆଚାର୍ଯ୍ୟଙ୍କର ଦୀର୍ଘ ଜୀବନର କାର୍ଯ୍ୟ କୁଶଳତା, କର୍ମ ଶୈଳୀ, ସେବା ମନୋଭୂତି, ସମେତ ଅନେକ ଦୀର୍ଘ ଜୀବନର ଯାତ୍ରା ଉପରେ ଆଲୋକପାତ କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ରାଜନୈତ।,ବୁଦ୍ଧିଜୀବୀ, ଶିକ୍ଷାବିତ,ଗଣମାଧ୍ୟମ ପ୍ରତିନିଧି,ନେତା ଓ ସାଧାରଣ ଲୋକ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।ଶୋକ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ପୀତବାସ ସାହୁ, ପୂର୍ବତନ ସରପଞ୍ଚ ବିଶ୍ୱଜିତ ତରାଇ, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ପଲାଇ,ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ସରୋଜ ମହାରଣା, ସୁରେନ୍ଦ୍ର ସାହୁ, ପ୍ରଦଶ ସାହୁ, ନବକିଶୋର ମାଝି, ରାମ ମୋହନ ପଣ୍ଡା(ଖଲିକୋଟ ଏନ. ଏ. ସି ର ଚେୟାରମ୍ୟାନ),ରମେଶ ସାହୁ,ପ୍ରଭାତ ପଣ୍ଡା, ବାସନ୍ତ କୁମାର ପଣ୍ଡା(ଓକିଲ),କୃଷ୍ଣଚନ୍ଦ୍ର ପାଢ଼ୀ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।ପରି ଶେଷରେ ସମସ୍ତଙ୍କ ପାଇଁ ଏକ ପ୍ରୀତି ଭୋଜନ ବ୍ୟବସ୍ଥା ହୋଇଥିଲା।