ତାଳସାକର ହାଇ ସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

0
265

ବୁଗୁଡା, ୨୯/୦୮/୨୦୨୧: ବୁଗୁଡା ବ୍ଳକ ଅନ୍ତର୍ଗତ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟରେ ଅଗଷ୍ଟ ୨୯ ତାରିଖ ଦିନ ଜାତୀୟ କ୍ରୀଡା ଦିବସ କୋଭିଡି ନିୟମ ଅନୁଯାୟୀ ପାଳନ ହୋଇଯାଇଛି। ଜାତୀୟ କ୍ରୀଡା ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ସଂଯୋଜନା କରି ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନୀଲ କୁମାର ପଣ୍ଡା ଅତିଥୀ ଭାବେ ଯୋଗଦେଇ କ୍ରୀଡ଼ାର ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କ ମଧ୍ୟରେ କ୍ରୀଡ଼ାର ଉପକାରୀତା ନେଇ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବକୃତା ପ୍ରତିଯୋଗିତାରେ ବର୍ଷା ଚର୍ଚ୍ଚି ପ୍ରଥମ, ବିକାଶ ଜେନା ଦ୍ଵିତୀୟ ଓ ସୋନାଲି ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଦାମିନୀ ମହାରଣା ପ୍ରଥମ, ପାୟଲ ଜେନା ଦ୍ଵିତୀୟ ଓ ସ୍ମୃତି ରାଣୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଇଲେ। ବିଦ୍ୟାଳୟ ପକ୍ଷରୁ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here