ଜୟନ୍ତୀପୁର– ତୁଟିପୁର ରାସ୍ତା ମରଣଯନ୍ତା ପାଲଟିଛି।

0
232

ପାତ୍ରପୁର, ୩୦/୦୮/୨୦୨୧ : ଗଜ୍ଞାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ଠାରୁ ତୁଟିପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୈନିକ ଶତାଧିକ ଗାଡ଼ି ଏହି ରାସ୍ତାରେ ଯାତାୟାତ ଦେଖାଯାଇଛି। ଏହି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି । କିନ୍ତୁ ମରାମତି ଆଳରେ ଲକ୍ଷାଧିକ ଟଙ୍କା ଚଳୁ ହେଉଥିବା ସହ ରାସ୍ତାର ଅବସ୍ଥା ସୁଧୁରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଓଡ଼ିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମିତ ହୋଇଥିବା ଜୟନ୍ତୀପୁର ଠାରୁ ତୁଟିପୁର ପର୍ଯ୍ୟନ୍ତ ପ୍ରାୟ ୭.୧ କି.ମି ରାସ୍ତାରେ ବହୁ ସ୍ଥାନ ଖାଲଖମାରେ ପରିପୂର୍ଣ୍ଣ । ଏହି ରାସ୍ତା ଦେଇ ବରଙ୍ଗ,ତୁଟିପୁର,କେସିରିପଡା,ଭେଜିପଦର,ଖଡଗରାଜେନ୍ଦ୍ରପୁର ଓ ଚିଡିପୁଡି ଆଦି ଗ୍ରାମର ହଜାର ହଜାର ଲୋକ ପାତ୍ରପୁର ବ୍ଳକ ଅଫିସ, ତହସିଲ ଅଫିସ, ବ୍ୟାଙ୍କ ଓ ମେଡ଼ିକାଲ ଆସୁଛନ୍ତି। ଏହା ସହିତ ବହୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ରାସ୍ତା ଅବସ୍ଥା ଦୟନୀୟ ଯୋଗୁଁ ପିଲା ଠାରୁ ବୟସ୍କ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଦୁଇ ଚକିଆ ଗାଡ଼ି ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ, ସ୍କୁଲ ବସ୍,କାର, ଟ୍ରକ, ଟ୍ରାକ୍ଟର ଓ ଅଟୋ ଇତ୍ୟାଦି ବିପୁଳସଙ୍କୁଳ ଭାବେ ଯାତାୟାତ କରୁଛି। କୌଣସି ସମୟରେ ମଧ୍ୟ ଯାତ୍ରୀଙ୍କ ଧନଜୀବନ ହାନି ହବାର ସମ୍ଭାବନା ରହିଛି। ବର୍ଷାଦିନେ ଉକ୍ତ ରାସ୍ତାରେ ଗାଡ଼ି ଯିବା ଦୂରର କଥା ଲୋକେ ଚାଲି ଚାଲି ଯିବା ଆସିବା ମଧ୍ୟ କଷ୍ଟକର ହୋଇପଡିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ରିପୋର୍ଟ–ଆଲୁ . ଜୟପ୍ରକାଶ

LEAVE A REPLY

Please enter your comment!
Please enter your name here