ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା

0
212

ବ୍ରହ୍ମପୁର,୨୯/୦୮/୨୦୨୧ (ଟୁକୁନା ପ୍ରଧାନ)-: ପାଣି ସମସ୍ୟା କୁ ନେଇ ତାତିଲେ ଗ୍ରାମବାସୀ। ହାଣ୍ଡି ମାଠିଆ ରଖି ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜି .ଢ଼ଉଗାଁ ଗ୍ରାମରେ ବହୁଦିନ ରୁ ଲାଗିରହିଥିବା ପାଣି ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମର ମହିଳା ମାନେ ଢ଼ଉଗାଁ ଛକ ଠାରେ ହାଣ୍ଡି ମାଠିଆ ରଖି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ପାଣି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ରାସ୍ତା ଅବରୋଧ କହିଛନ୍ତି। ଯାହା ଫଳରେ ଆସିକା ଠାରୁ ସୋରଡ଼ା, ଦିଗପହଣ୍ଡି, ଶେରଗଡ଼ କୁ ଯାତାୟତ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥବା ଦେଖିବାକୁ ମିଳିଛି । ଅନ୍ୟପଟେ ଧରାକୋଟ ତହସିଲଦାର ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିବା ସହିତ ଗ୍ରାମବାସୀ ଙ୍କୁ ପ୍ରତିଶୃତି ପରେ ରାସ୍ତା ରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here