ରୋଟାରୀ କ୍ଳବ ଅଫ୍ ଇଷ୍ଟ ତରଫରୁ ଗୁରୁ ଦିବସରେ ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ।

0
149

ବ୍ରହ୍ମପୁର,୦୫/୦୯/୨୦୨୧:ପବିତ୍ର ଗୁରୁ ଦିବସ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ତରଫରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୪୦ ଜଣ ସରକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁ ଥିବା ଯୋଗୁଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।ଆୟୋଜିତ ଗୁରୁ ସମ୍ବର୍ଦ୍ଧନା ସଭାରେ କ୍ଳବର ସଭାପତି କାମରାଜୁ ମହାରଣା ସଭାପତିତ୍ବ କରି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ ।ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ଶିକ୍ଷା ପରିଷଦର ଉପ ସଂପାଦକ ଡଃ କୁଳମଣି ଓଝା ମୁଖ୍ୟ ଅତିଥି ଏବଂ ସମ୍ବାଦ ଦୈନିକ ର ବ୍ରହ୍ମପୁର ବାର୍ତ୍ତାବିଭାଗ ମୁଖ୍ୟ ପ୍ରମୋଦ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଗୁରୁ ଓ ଗୁରୁମାନଙ୍କୁ ଉଦ୍ବୋଧନ ଦେଇ ଥିଲେ ।ସମ୍ମାନୀତ ଅତିଥି ପଟ୍ଟନାୟକ ସମାଜରେ ଗୁରୁ ମାନଙ୍କ ଭୂମିକା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।ଶିକ୍ଷକ ମାନଙ୍କର ମାନସିକ ସ୍ଥିତି ସୁଦୃଢ଼ କରିବା ପାଇଁ ସେମାନଙ୍କ ର
ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପାଇଁ ମତ ବ୍ୟକ୍ତ କରିଥିଲେ ।ମୁଖ୍ୟ ଅତିଥି ଡଃ ଓଝା ନିଜର ବକ୍ତବ୍ୟରେ ଗୁରୁ ପୂଜାର ଐତିହ୍ୟ, ଗୁରୁ-ଶିଷ୍ୟର ମହାନ୍ ପରମ୍ପରା ଉପରେ ଆଲୋଚନା କରିଥିଲେ ।ପ୍ରାଚୀନ ଗୁରୁକୁଳର ଐତିହ୍ୟ ଏବଂ ସାମ୍ପ୍ରତିକ ସ୍ଥିତିର ଏକ ତୁଳନାତ୍ମକ ବିଶ୍ଳେଷଣ କରି ଡଃ ଓଝା ଭାରତରେ ଥିବା ଗ୍ୟାନ ଗରିମାକୁ ବ୍ୟବହାର କରି ଆମର ବିଦ୍ୟାର୍ଥୀ ମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇ ଥିଲେ ।ଶିକ୍ଷକ ମାନେ ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ପାଇଁ ନିଜର ହୀନମନ୍ୟତା ତ୍ୟାଗ କରିବାକୁ ସେ ପରାମର୍ଶ ଦେଇଥିଲେ ।ଉତ୍ସବରେ ସୁମିତ ପଟ୍ଟନାୟକ ଓ ପ୍ରଦୀପ୍ତ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।କ୍ଳବର ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗରାୟ ରୋଟାରୀ କ୍ଳବରକାର୍ଯ୍ୟକ୍ରମ ,ଅଜିତ କୁମାର ପୃଷ୍ଟି ଓ ସୁଧାଂଶୁ ଶେଖର ଖଡଗରାୟ କୃତ୍ରିମ ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ, ଲିଟେରେସୀ ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ଉତ୍ସବ ପାଳନ ଉପରେ ବକ୍ତବ୍ୟ ରଖି ଥିଲେ ।ସଭ୍ୟ ଗୌତମ ପ୍ରଧାନ, ପ୍ରଦୀପ କୁମାର ପଟ୍ଟନାୟକ ସମ୍ବର୍ଦ୍ଧନା ଉତ୍ସବ ସଂଯୋଜନା କରିଥିଲେ ଏବଂ ପୂର୍ବତନ ସଭାପତି ଗଦାଧର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here