ଗଣେଶ ଚତୁର୍ଥୀ ରେ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ବିନା ଭକ୍ତରେ ମନ୍ଦିର ପୂଜା, ଦର୍ଶନ ବନ୍ଦ।

0
240

ବ୍ରହ୍ମପୁର,୧୦/୦୯/୨୦୨୧:ରାଜ୍ୟ ସରକାରଙ୍କ ପକ୍ଷରୁ ପାର୍ବଣ ଋତୁ କୁ ନଜର ରେ ରଖି ସେପ୍ଟେମ୍ବର ମାସରେ ରାଜ୍ୟରେ କୈାଣସି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ଏହି କ୍ରମରେ ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ମନ୍ଦିରକୁ ଗଣେଶ ଚତୁର୍ଥୀ ବିନା ଭକ୍ତ ରେ ପୁଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭକ୍ତ ଙ୍କ ପ୍ରବେଶ ଉପରେ କଟକଣା ନେଇ ପୁଲିସ ପ୍ରଶାସନ ପକ୍ଷରୁ ତିନୋଟି ସ୍ଥାନରେ ରଣ୍ଡl ଠାରୁ ପଞ୍ଚମା ମନ୍ଦିର ପର୍ୟ୍ୟନ୍ତ ବେରିକେଟ୍ ବନାଇ ଭକ୍ତଙ୍କ ପ୍ରବେଶ ପଥ ରେ ପୁଲିସ କର୍ମୀ ନିୟୋଜିତ ରହିଛନ୍ତି। ଯଦ୍ବାରା ଲଗାତର ଦୁଇବର୍ଷ ପାଇଁ ଭକ୍ତ ମାନେ ଗଣେଶ ଚତୁର୍ଥୀ ରେ ଭଗବାନ ଙ୍କ ପୂଜାର୍ଚ୍ଚନା ରୁ ବଞ୍ଚିତ ରହିଛନ୍ତି। ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଇଥିଲେ ମଧ୍ୟ ଭକ୍ତ ମାନେ ଗଳାବାଟ ଦେଇ ମନ୍ଦିର ନିକଟକୁ ପହଞ୍ଚିଥିବା ଦେଖିବାକୁ ମିଳିଛି।ଏହା ସହ ଉକ୍ତ ଦିନ ଅତିରିକ୍ତ ତହସିଲଦାର ଡି ଏନ ସାହୁଙ୍କୁ ମନ୍ଦିର ପରିସରରେ ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ମାଜିଷ୍ଟ୍ରେଟ ଭାବେ କନିଶି ତହସିଲଦାର ତାପସ କୁମାର ରାଉତ ନିୟୋଜିତ ଥିବା ବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ଶିଶିର କୁମାର ରଥ, କନିସି ତହସିଲଦାର, ଆର ଆଇ, ଅମିନ, ଅନ୍ୟମାନେ ନିୟୋଜିତ ଥିଲେ। ମନ୍ଦିରରେ ବଡି ଭୋର ନିତିକାନ୍ତି ଅନୁଯାୟୀ ପୂଜା କେବଳ ମନ୍ଦିର ପୂଜକ ମାନେ ହିଁ କରିଥିଲେ ସନ୍ଧ୍ୟାରେ ଆଳତୀ ହୋଇ ପୁଣି କବାଟ ବନ୍ଦ ହୋଇଥିଲା। ପ୍ରଶାସନ ଙ୍କୁ ସ୍ଥାନୀୟ ବାସିନ୍ଦା ଗୌରୀ ସାମନ୍ତରା, ସୁଧୀର ମଣ୍ଡଳ ସହଯୋଗ କରିଥିଲେ।
ଏପଟେ ରଣ୍ଡା ଠାରୁ ପଞ୍ଚମା ମନ୍ଦିର ନିକଟକୁ ଆସୁଥିବା ଭକ୍ତ ମାନେ ନଯାଇପାରି ପଞ୍ଚମା ଗ୍ରାମ
ରେଳ ଫାଟକ ନିକଟରେ ଥିବା ଏକ ବଟବୃକ୍ଷ କୁ ବଟଗଣେଶ ସ୍ମରଣ କରି ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପୁଲିସ ପହଞ୍ଚି ଆୟତ କରି ଥିଲେ। କୋଭିଡ୍ ସମୟରେ ମନ୍ଦିର ପୀଠରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବେଶ କରିବା ରୋକ୍ ଲାଗିଲା ବେଳେ ଏହି ବଟ ଗଣେଶ ନିକଟରେ ପୂଜା କରାଯାଉଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

LEAVE A REPLY

Please enter your comment!
Please enter your name here