ସଚେତନତା ଦ୍ୱାରା ସାମାଜିକ ସୁରକ୍ଷା ସମ୍ଭବ

0
156

ବ୍ରହ୍ମପୁର, ୧୭/୧୦/୨୦୨୧:ବ୍ରହ୍ମପୁର ଟିଏମଏସ ପକ୍ଷରୁ ସାମାଜିକ ସୁରକ୍ଷା ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ଗାନ୍ଧୀନଗର ପ୍ରଥମ ଲାଇନରେ ରାଜ୍ୟ ଉପସଭାପତି ସତ୍ୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିକଟରେ ଆଇନର ସୁରକ୍ଷା ଯେପରି ପହଞ୍ଚି ପାରିବ ଆଲୋଚନା କରାଯାଇ ଥିଲା। ଆଗାମୀ ଦିନରେ ସମ୍ବିଧାନରେ ରହିଥିବା ମାନବିକ ଅଧିକାର ସମ୍ପର୍କରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।ଏଥିରେ ସାମ୍ବାଦିକ ଅଶ୍ୱିନୀ କୁମାର ପଟ୍ଟନାୟକ,ଶରତ ଚନ୍ଦ୍ର ନନ୍ଦ,ଶିବନାରାୟଣ ପଣ୍ଡା, ଆଇନଜୀବୀ ସୌରଭ ମୁଦୁଲି,ସଞ୍ଜୟ କୁମାର ସାହୁ, ଭିକାରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here