ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଶିଶୁ କବିତା ପୁସ୍ତକ “କୁନି କୁସୁମ” ଉନ୍ମୋଚନ

0
236

ବ୍ରହ୍ମପୁର, ୩୧/୧୦/୨୦୨୧ (ଟୁକୁନା ପ୍ରଧାନ) ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଶ୍ମଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମର ସାହିତ୍ୟଘର ଲିଟେରାରୀ ଟ୍ରଷ୍ଟ ତରଫରୁ ୭ମ ବାର୍ଷିକ ସାହିତ୍ୟ ଉତ୍ସବ ପାଳନ କରାଯାଇଛି ।ଏହି ଉତ୍ସବରେ କବିତା ପାଠୋତ୍ସବ,ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ନାୟକଙ୍କ ଶିଶୁ କବିତା ପୁସ୍ତକ “କୁନି କୁସୁମ” ଉନ୍ମୋଚନ ହୋଇଥିଲା ।ଏଥିରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଇଂ ବିଷ୍ଣୁ ସାହୁ,ବିଶିଷ୍ଟ ସାହିତ୍ୟିକା ଡଃ ଝାନସୀ ସିଂହ,ପ୍ରଶାସକ ତଥା ସିହିତ୍ୟିକ କବି ଗଦାଧର ପାତ୍ର,କବି ତଥା ପ୍ରଶାସକ ଡଃ ଦୟାସିନ୍ଧୁ ପରିଡା,ସାହିତ୍ୟିକ ତଥା ପ୍ରଶାସକ ଶ୍ରୀ ଭାଗିରଥି ବେହେରା,ବରିଷ୍ଟ ଚକ୍ଷୁ ଚିକିତ୍ସକ ଶ୍ରୀ ରାଜେନ୍ଦ୍ର ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here