ରଙ୍ଗେଇଲୁଣ୍ଡା ବ୍ଲକ ଅଧିନ ରେ ୯ ଟି ସରକାରୀ ବିଦ୍ୟାଳୟ ର ରୂପାନ୍ତରୀକରଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଲେ ମୂଖ୍ୟମନ୍ତ୍ରୀ

0
282

ବ୍ରହ୍ମପୁର,୧୬/୧୧/୨୦୨୧: ଆଜି ସ୍ଥାନୀୟ ଛତ୍ରପୁର ଅନ୍ ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ପ୍ରଥମ ପର୍ଯ୍ୟାୟରେ ୮୩ଟି ରୂପାନ୍ତରିତ ସ୍ମାର୍ଟକ୍ଲାସ ହାଇସ୍କୁଲ ର ଲୋକାର୍ପଣ କରିଛନ୍ତି।ଓଡିଶା ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ,ସାଂସଦ ବ୍ରହ୍ମପୁର,ସାଂସଦ ଆସିକା,ଗଞ୍ଜାମ ଜିଲ୍ଲା ବିଧାୟକ ବିଧାୟିକା ଗଣ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କ୍ରମେ ରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନ ରେ ୯ ଟି ସରକାରୀ ବିଦ୍ୟାଳୟ ର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରୂପାନ୍ତରୀକରଣ ହୋଇଥିବା ବିଦ୍ୟାଳୟ ମଧ୍ୟରୁ ଗୋଳନ୍ଥରା, କନିସି, ଶାସନପଦର, କେଲୁଆପଲ୍ଲୀ ପଞ୍ଚମା, ଡ଼ୁରା, ଗୋପାଳପୁର, କରାପଲ୍ଲୀ, ବଡ଼ କୁଶସ୍ଥଳି,ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାଠପଢ଼ିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିଛି । ଯାହାଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଅମଙ୍ଗ ହେଉଥିଲେ ସେମାନେ ବିଦ୍ୟାଳୟକୁ ଆସିବା ନିମନ୍ତେ ଆଗଭର ହେବେ । ବିଦ୍ୟାଳୟର ଏଭଳି ରୂପାନ୍ତରୀକରଣକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ,ଶିକ୍ଷୟତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଦୁର୍ବଳତା ରହିଥିବା ବେଳେ ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ଠିକ୍‌ ସେହିପରି ସୁବିଧାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଛି । ବିଦ୍ୟାଳୟର ରୂପାନ୍ତରୀକରଣ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢ଼ିବା ନିମନ୍ତେ ଉତ୍ସାହ ବଢ଼ିବ। ଯାହାଫଳରେ ପୂର୍ବରୁ ପାଠପଢ଼ରେ ଯେଉଁ ସମସ୍ୟା ରହିଥିଲା ଆଉ ତାହା ରହିବ ନାହିଁ । ଘରୋଇ ବିଦ୍ୟାଳୟ ଭଳି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଭଲ ପାଠପଢ଼ି ପରୀକ୍ଷାରେ ଭଲ ନମ୍ବର ରଖିପାରିବେ ବୋଲି କେଲୁଆପଲ୍ଲୀ ସରପଞ୍ଚ ବିଷ୍ଣୁ ପ୍ରିୟା ନାୟକ କହିଛନ୍ତି।”ପୂର୍ବରୁ କଳାପଟାରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପାଠ ପଢ଼ାଉଥିଲେ । ତାହାକୁ ଛାତ୍ରଛାତ୍ରୀମାନେ ମନେ ରଖିବା ସହ ନିଜର ନୋଟ୍‌ବୁକ୍‌ରେ ଲେଖୁଥିଲେ । କିନ୍ତୁ ବର୍ତ୍ତମାନ ଆଉ କଳାପଟା ନୁହେଁ । କଳାପଟାରେ ସ୍ଥାନରେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ ଇ_ସ୍ମାର୍ଟ୍ ବୋର୍ଡ଼। ତାହାକୁ ଛାତ୍ରଛାତ୍ରୀମାନେ ମନେ ରଖିବା ସହଜ ହୋଇଯିବ। ପୁର୍ବରୁ ନିଜର ନୋଟ୍‌ବୁକ୍‌ରେ ଲେଖୁଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁଶ୍ରୀ ଦଳାଇ, ସିଏଚ.ଦିଲେଶ୍ୱର ରେଡ୍ଡୀ, ଇନ୍ଦ୍ରlଖୀ ସରପଞ୍ଚ ଦଣ୍ଡ ସାହୁ, ସିଡ଼ିପିଓ ଯୋସ୍ନାପାଢ଼ୀ,ବ୍ଳକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର, ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ହେମପ୍ରଭା ସେଠୀ,ଗ୍ରାମର ଭଦ୍ରବ୍ୟକ୍ତିଙ୍କ ମଧ୍ୟରୁ ଅରୁଣ କୁମାର ନାୟକ, ଅନୁଜ ନାୟକ, କୂରା ନାୟକ, ମୂରଲୀ ନାୟକ, ବାଳକୃଷ୍ଣ ରେଡ୍ଡୀ, ପ୍ରକାଶ ସାମନ୍ତ, ବିନୋଦ ମହାଙ୍କୁଡ଼, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here