ସାନଖେମୁଣ୍ଡି ପ୍ରେସ କ୍ଲବର ଜାତୀୟ ପ୍ରେସ ଦିବସ ପାଳନ ।

0
599

ବ୍ରହ୍ମପୁର ,୧୬/୧୧/୨୦୨୧ : ଆବହମାନ କାଳରୁ ଚଳି ଆସିଥିବା ସାଧାରଣ ସୂଚନା ଆଦାନ ପ୍ରଦାନର କ୍ରମାଗତ ପରିବର୍ତ୍ତିତ ଆଧୁନିକ ବ୍ୟବସ୍ଥା ଗଣମାଧ୍ୟମ ସମ୍ପ୍ରତି ସମାଜର ସାମୁହିକ ବିକାଶର ମାଧ୍ୟମ ଭାବେ ପ୍ରତିପାଦିତ ହୋଇଅଛି । ଅତୀତର ନାରଦ ଭୂମିକାରୁ ସାଂପ୍ରତିକ ସାମ୍ବାଦିକ ଭୂମିକାକୁ ନେଇ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଭୂମିକା ନିର୍ବାହର ଚଂଚଳତା କାରଣରୁ ଅଧୁନା ଗଣମାଧ୍ୟମ ବହୁ ଚାଲେଞ୍ଜର ସମ୍ମୁଖୀନ ହେଉଅଛି । ଅବଶ୍ୟ ସରକାରୀ ଯୋଜନାସମୂହର ଲୋକପ୍ରିୟତାକୁ ସାଧାରଣରେ ପହଞ୍ଚାଇବାରେ ଇଂରାଜୀ ମିଡ଼ିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ କର୍ପୋରେଟ ଯୁଗରେ ମିଡ଼ିଆର ସଂଜ୍ଞା ଓ ପରିଭାଷା ବଦଳିବାରେ ଲାଗିଥିଲେ ମଧ୍ୟ ପ୍ରେସ ସ୍ୱତନ୍ତ୍ରତା ବଳବତ୍ତର ରହିଛି । କର୍ପୋରେଟ ଆଦର୍ଶ ସହ ଘରୋଇକରଣର ନିର୍ମମ ପ୍ରହାର ସତ୍ତ୍ୱେ ଆସନ୍ତା ସମୟରେ ଗଣମାଧ୍ୟମର ଦିପ୍ତିମୟ ଭବିଷ୍ୟତ ଆଶା କରାଯାଉଅଛି । ଅତଏବ ସାମ୍ବାଦିକ ଅଥବା ପ୍ରେସ୍ ପ୍ରତିନିଧି ସମୂହ ନିରପେକ୍ଷତାକୁ ଅସ୍ତ୍ର କରି ଖବର ପରିବେଷଣ ବଜାୟ ରଖିବାର ଆବଶ୍ୟକତାକୁ ନେଇ ସାନଖେମୁଣ୍ଡି ପ୍ରେସକ୍ଳବ୍ ପକ୍ଷରୁ ଆୟୋଜିତ ଆଜିର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରେ ମତ ପ୍ରକାଶ ପାଇଛି । ସାନଖେମୁଣ୍ଡିବ ଶିକ୍ଷକ ଭବନ ଠାରେ ପ୍ରେସ କ୍ଳବ୍ ସଭାପତି ବିନାୟକ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାବେଶ ଅବସରରେ ମୁଖ୍ୟ ଅତିଥିଭାବେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ସମ୍ମାନିତ ଅତିଥି ଭାବେ ପାଟପୁରଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ସାନଖେମୁଣ୍ଡି ସାହିତ୍ୟ ସଂସଦ ସଭାପତି ରାମଚନ୍ଦ୍ର ସାହୁ , ସମାଜସେବୀ ମୁକୁନ୍ଦ ଚନ୍ଦ୍ର ବରାଡ ପ୍ରମୁଖ ଯୋଗଦେଇ ସାଂପ୍ରତିକ ସ୍ଥିତି ଓ ଗଣମାଧ୍ୟମର ଭୂମିକାକୁ ନେଇ ଆଲୋକପାତ କରିଥିଲେ l ସାନଖେମୁଣ୍ଡିର ତୁଙ୍ଗ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀଙ୍କ ପ୍ରାରମ୍ଭିକ ସୂଚନା ଓ କାଳୁ ଚରଣ ନାହାକଙ୍କ ଧନ୍ୟବାଦ ଅର୍ପଣରେ ଅନୁଷ୍ଠିତ ହୋଇଥିବା ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ସାମ୍ବାଦିକ କେ ନାଗେଶୁ ରେଡ଼ି , ଜଗନାଥ ପାଣିଗ୍ରାହୀ , ପ୍ରଫୁଲ୍ଲ ସାବତ , ବାରାନିଧି ପାତ୍ର , ଅଶୋକ କୁମାର ସାହୁ , ଦ୍ବାରିକା ନାଥ ତ୍ରିପାଠୀ , ଶଙ୍କର ସ୍ୱାଇଁ , ବିଜୟ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l ସଦସ୍ୟଙ୍କ ଦ୍ୱାରା ପ୍ରେସକ୍ଳବର ନୂତନ ପରିଚାଳନା କମିଟି ଗଠନ ପ୍ରକ୍ରିୟାରେ ଆଗାମୀ ବର୍ଷପାଇଁ ସଭାପତି ଭାବେ ବିନାୟକ ଦାଶ , ସମ୍ପାଦକ ସତ୍ୟନାରାୟଣ ପାଢ଼ୀ , କୋଷାଧ୍ୟକ୍ଷ ଭାବେ କାଳୁ ଚରଣ ନାହକଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here