ଜଙ୍ଗଲ ପାଖ ଜମିରୁ ଦନ୍ତା ହାତୀର ମୃତ ଦେହ ଠାବ

0
294

ଗୋଳନ୍ଥରା,୧୭/୧୧/୨୦୨୧: ଦିଗପହଣ୍ଡି ବନବିଭାଗ ରେଞ୍ଜ ତଥା ଚିକିଟି ସେକ୍ସନର ହିଞ୍ଜିଳିଗାଁ ବିଟ୍ ଅନ୍ତର୍ଗତ ପନାଡ଼ ଗାଁ ନିକଟ ମାଳୁଆଣି ଜଙ୍ଗଲ ପାଖ ଜମିରେ ଏକ ୪ରୁ ୫ବର୍ଷ ବୟସର ହୋଇଥିବା ମୃତ ଅଣ୍ଡିରା ହାତୀକୁ ଠାବ କରିଛି ବନବିଭାଗ। ମଙ୍ଗଳବାର ମଧ୍ୟରାତ୍ରରେ ବନ ବିଭାଗର ଟିମ୍ ୧୩ଟିକିଆ ହାତୀ ପଲକୁ ଗତାଗତକୁ ଟ୍ରାକିଂ କରୁଥିଲେ। ବୁଧବାର ସକାଳ ସାତଟା ବେଳେ ଚିକିଟି ଫରେଷ୍ଟର ଡି. ପ୍ରଶାନ୍ତ ରାଓ ଖବର ପାଇ ପନାଡ ଗ୍ରାମରେ ପହଞ୍ଚି ମୃତ ହାତୀକୁ ବିଲ ମଝିରେ ଠାବ କରିଥିଲେ।ପରଷ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇ ଆଭ୍ୟନ୍ତରୀଣ ଆଘାତ ହୋଇଥିବା ଅନୁମାନ କରାଯାଉଛି। ତଥାପି କେଁଉ ପରିସ୍ଥିତିରେ ତାହାର ମୃତ୍ୟୁକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ବନ ବିଭଗ ଓ ପ୍ରାଣୀଧନ ଏକଟିମ୍ ପହଞ୍ଚି ପୋଷ୍ଟ ମର୍ଟମ କରିଛି। ଘଟଣା ସ୍ଥଳରେ ବନବିଭାଗ ଏକ ଟିମ୍ ମଧ୍ୟରୁ ଏସିଏଫ ଅଶୋକବେହେରା, ଏସିଏଫ ଏ.ମାଧବୀ ଲତା, ଦିଗପହଣ୍ଡି ରେଞ୍ଜ ର ପାଟପୁର ଫରେଷ୍ଟର ଅରୁଣ କୁମାର ଦାସ, ଆରତୀ ପାଢ଼ୀ, ଗଣେଶ ଗୌଡ଼, ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଗତ କିଛିଦିନ ହେବ ୧୩ ଟିକିଆ ହାତୀ ପଲ ପ୍ରଥମେ ଦିଗପହଣ୍ଡି ବ୍ଲକ୍ ଓ ଏବେ ଚିକିଟି ବ୍ଲକ୍ ଅଞ୍ଚଳରେ ଘୁରି ବୁଲୁଛନ୍ତି। ଜଣଙ୍କ ମୃତ୍ୟୁ ପରେ ବର୍ତମାନ ୧୨ଟିକିଆ ହାତୀପଲ ହୋଇ ଯାଇଛନ୍ତି।ସୋମବାର ରାତିରେ ତୁଳସୀଖୋଲ ପାହାଡରୁ ଓହ୍ଲାଇ ଆଖପାଖ ଗାଁ ଦେଇ ଧାନରାସିଆ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପନ୍ନାଡ ଓ ଏରେଣ୍ଡ୍ରା ମଧ୍ୟବର୍ତ୍ତୀ ଇଲାକା ମାଳୁଆଣି ପାହାଡ଼ ପାଦଦେଶରେ ଥିବା ଚିତ୍ତରଞ୍ଜନ ମହାଙ୍କୁଡ ପ୍ରାୟ ୩ଏକର ଜମି ରେ ଧାନଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଥିବା ଦେଖା ଯାଉଛି। ଏହିପରି କ୍ଷତି ଅନେକ ଥର ହୋଇଥିଲେ ମଧ୍ୟ କୌଣସି କ୍ଷତିର ବନବିଭାଗ ପକ୍ଷରୁ ମିଳିନଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି ଗତ ୪ବର୍ଷହେଲା ଏହିଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ବନବିଭାଗ ପକ୍ଷରୁ କୌଣସି କ୍ଷତି ପୂରଣ ଦେଉନଥିବା ସ୍ଥାନୀୟ ଲୋକମାନେ ମଧ୍ୟ ଅଭିଯୋଗ କରିଛନ୍ତି। ମଙ୍ଗଳ ବାର ରାତ୍ର ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିବା ହାତୀ ପଲର ଏହି ଦନ୍ତାଟି କିଭଳି ମୃତ୍ୟୁ ବରଣ କଲା ଗ୍ରାଉଣ୍ଡଜିରୋ ତଦନ୍ତ କରୁଛି ବନ ବିଭାଗ।ମୃତ୍ୟୁ ହାତୀ ଟିକୁ ପୋଷ୍ଟମର୍ଟମ କରି ସେହି ସ୍ଥାନରେ ପୋତି ଦେଇଥିବା ବନବିଭାଗ ପକ୍ଷରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here