ଅମଳ ସମୟରେ ଦାଉ ସାଜିଲା ବର୍ଷା , ଗଜା ହେଲା ଧାନ, ସୁମଣ୍ଡଳ ପଞ୍ଚାୟତ ର ଚାଷୀ ଦାବି କଲେ କ୍ଷୟକ୍ଷତି

0
159

ବ୍ରହ୍ମପୁର,୨୦/୧୧/୨୦୨୧ ( ଟୁକୁନା ପ୍ରଧାନ)-: ଲଗାଣ ବର୍ଷା ଯୋଗୁଁ ନଷ୍ଟ ହେଲା ଧାନଫସଲ । ଅମଳ ସମୟରେ ଦାଉ ସାଜିଲା ବର୍ଷା । ଏକର ଏକର ଜମି ପାଣିରେ ବୁଡି ଗଜା ହେଲା ଧାନ । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଏହି ବ୍ଲକର ସୁମଣ୍ଡଳ ପଂଚାୟତରେ ଲଗାଣ ବର୍ଷା ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡିଯାଇଛି । ଆଉ ପାଣି ବାଜି ଧାନ ପଚି ଯାଇ ସବୁ ନଷ୍ଟ ହେବାକୁ ବସିଲାଣି । ସେପଟେ ଯେଉଁ ସବୁ ଧାନ କଟା ହୋଇ ଆସିଥିଲା ତାହା ବର୍ଷା ପାଣିରେ ସଂପୂର୍ଣ୍ଣ ଓଦା ହୋଇଯାଇଛି । ବହୁତ ଧାନ ଗଜା ହେବାକୁ ବସିଲାଣି । ଧାନ ର ଏପରି ଅବସ୍ଥା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ । ଆଜି ସୁମଣ୍ଡଳ ପଞ୍ଚାୟତ ର ଚାଷୀ ମାନେ ଫସଲ କ୍ଷତି ପୂରଣ ନେଇ କୋଦଳା ତହସିଲଦାର ଏବଂ ବେଗୁନିଆପଡ଼ା ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଜଣାଇଥିବା ପ୍ରକାଶ କରିଛନ୍ତି । ଏଥିସହିତ ଏହି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମଧ୍ଯ ବ୍ୟାପକ ଫସଲ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here