ପିପୁଲସ କଲେଜରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ।

0
226

ବୁଗୁଡା,୨୮/୧୧/୨୦୨୧: ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ନଭେମ୍ବର ୨୭ ତାରିଖ ଦିନ କଲେଜ ପରିସରରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆଇ.ଆର.ପି.ଏମ. ବିଭାଗର ମୁଖ୍ୟ ପ୍ରଫେସର ପ୍ରଭଞ୍ଜନ ମୁନୀ ସଭାପତିତ୍ୱ କରିଥିବା ବେଳେ ରାଜନୀତି ବିଭାଗ ମୁଖ୍ୟ ଅକ୍ଷୟ କୁମାର ସାହୁ ସ୍ବାଗତ ସମ୍ବର୍ଦ୍ଧନା କରି ଅଭିଭାବକ ଓ ଶିକ୍ଷକ ଙ୍କ ପରିଚୟ ପ୍ରଦାନ କରାଇଥିଲେ। ଅଧ୍ୟାପକ ବିନୋଦ କୁମାର କର ଛାତ୍ରଛାତ୍ରୀଙ୍କର ଚାରିତ୍ରିକ, ନୈତିକ ଶିକ୍ଷାର ଉନ୍ନତି ନିମନ୍ତେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ।ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଶିକ୍ଷକ ମାନଙ୍କ ବ୍ଯତିତ ଅଭିଭାବକ ମାନଙ୍କ ଦାୟିତ୍ୱ ବୋଧ ଓ କର୍ତ୍ତବ୍ୟ ବୋଧ ଜ୍ଞାନ ସମ୍ପର୍କରେ ଅବଗତ କରାଇଥିଲେ। ୫୦ ରୁ ଉର୍ଦ୍ଧ୍ବ ପିତାମାତା ନିଜ ନିଜ ପିଲାମାନଙ୍କର ସମସ୍ୟା ଶିକ୍ଷକମାନଙ୍କୁ ଅବଗତ କରାଇଥିଲେ। ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଶିକ୍ଷକ ମାନଙ୍କର ଉଚିତ ଦିଗଦର୍ଶନ ଦ୍ବାରା ଓ ଅଭିଭାବକ ମାନଙ୍କର ତୀକ୍ଷଣ ପର୍ଯ୍ଯବେକ୍ଷଣ ଛାତ୍ରଛାତ୍ରୀଙ୍କର ଉନ୍ନତ ଭବିଷ୍ୟତ ଗଠନ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ। ପରିଶେଷରେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here